ନଗଦ ଚାଳିଶହଜାର ଟଙ୍କାସହ ଚୋରୀ ଅଭିଯୋଗରେ ଦୁଇଚୋର ଗିରଫ।

ବଡବିଲ: କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ବଡବିଲ ପୋଲିସ ହାତରେ ବନ୍ଧାହେଲେ ଦୁଇ ଚୋର। ଚୋର ସମେତ ଗହଣା ଦୋକାନୀ ଙ୍କୁ ଗିରଫ କରିଛି ବଡବିଲ ପୋଲିସ। ନଗଦ ୪୦ ହଜାର ଟଙ୍କା ସହ ୩.୫୦ ଗ୍ରାମ ର ସୁନା ଓ ୨କିଲୋ ୨୩୭ଗ୍ରାମ ଚାନ୍ଦୀ ଅଳଙ୍କାର ଓ ବାଇକ୍ ଜବତ କରିଥିବା ନେଇ ସୂଚନା। ଗିରଫ ଅଭିଯୁକ୍ତ ହେଲେ ବଡବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବରକତ ନଗର ଅଞ୍ଚଳର ମହମ୍ମଦ ରୁସ୍ତମ ଓ ବଲାଣି ଥାନା ଅନ୍ତର୍ଗତ ମଲ୍ଲିକ ଜୁଏଲାରୀର ମାଲିକ ସାମସୁଦ୍ଦିନ ମଲ୍ଲିକ । ଗିରଫ ପରେ ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବିଗତ ୧୧ ତାରିଖ ରେ ବଡବିଲ ଓଏମସି କଲୋନୀ ଭଗବାନ ସାହା ଙ୍କ ଘରେ କେହି ନଥିବା ବେଳେ ଘରୁ ଚୋରି ହେବା ନେଇ ସେ ବଡବିଲ ଥାନାରେ ଏକ ଲିଖିତ ଆକାରରେ ଅଭିଯୋଗ କରିଥିଲେ। ଏହି ମାମଲାରେ ବଡବିଲ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ କୁ ଆଧାରକରି ତଦନ୍ତ କରି ପୋଲିସ ଏହି ମାମଲା ଯଡ଼ିତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



