ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ କୋରାପୁଟ, ୦୮/୧୧: ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ ବିଭାଗ। ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ଡାକ୍ତର। କୋରାପୁଟର ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ୱଜିତ୍ ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍। ଡାକ୍ତରଙ୍କଠାରୁ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ବକେୟା ଦରମା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ। ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟଙ୍କୁ ବି ଡାକ୍ତର ଗିରଫ କରିଛି। ଅଧିକ ତଦନ୍ତ ଜାରି ରହିଛି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-18-scaled.jpg)



