ଝାରସୁଗୁଡା: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ୫ ଦିନ ଧରି ଖୋଳତାଡ଼ କରିବା ପରେ ଆଜି ଝାରସୁଗୁଡା ଛାଡିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । ଏହି ୫ ଦିନ ଭିତରେ ୧୫ ଜଣଙ୍କର ବୟାନ ରେକର୍ଡ କରିଛି ଟିମ୍ । ଏନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ତଦନ୍ତ କରିବା ସମୟରେ ଟିମ୍ ହାତରେ ଅନେକ ତଥ୍ୟ ଲାଗିଛି । ସେ ସମସ୍ତ ତଥ୍ୟକୁ କୋର୍ଟରେ ଉପସ୍ଥାପନ କରାଯିବ । ଆବଶ୍ୟକ ହେଲେ ପୁଣି ଥରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ଆସିପାରେ । ସେପଟେ ଚୌଦ୍ଵାର ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳକୁ...











