“”ଲଖନପୁର ବ୍ଲକ ର ବିଭାଜନ ଏବଂ ଲଖନପୁର ତହସିଲ କୁ ଉପଖଣ୍ଡ (sab-Division )ଘୋଷଣା ରେ “ବାର “ଘଣ୍ଟିଆ ବନ୍ଧ ଡାକରା””
ଲଖନପୁର : ଲଖନପୁର ବ୍ଲକ ନାଗରିକ ପରିଷଦ ପକ୍ଷରୁ ଝାରସୁଗୁଡା ଜିଲ୍ଲାର ଲଖନପୁର ତହସିଲକୁ ନେଇ ଏକ ଉପଖଣ୍ଡ ଏବଂ ଲଖନପୁର ବ୍ଲକକୁ ତିନୋଟି ବ୍ଲକରେ ବିଭାଜନ ଦାବି ରେ ଆଜି 12 ଘଣ୍ଟିଆ ଲଖନପୁର ବ୍ଲକ ଅର୍ଥନୈତିକ ବନ୍ଦ ଡାକରା ଦିଆଯାଇଛି l ଶୁକ୍ରବାର ସକାଳ 6 ଟା ରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଛି l ଜାତୀୟ ରାଜପଥ -49 ର ବେହେରାଗୁଡ଼ା ଛକ, କନକତୋରା ଛକ ଏବଂ ସମ୍ବଲପୁର ଥର୍ମାଲ ରାସ୍ତା ଢୁନଢୁନ ଛକରେ ଲଖନପୁର ବ୍ଲକ ନାଗରିକ ପରିଷଦର ସଦସ୍ୟ ମାନେ ଏକତ୍ରିତ ହୋଇଛ ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି l ସେହିପରି ଲଖନପୁର ବ୍ଲକ କାର୍ଯ୍ୟାଳୟ, ଲଖନପୁର ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି l ଝାରସୁଗୁଡା ଜିଲ୍ଲାର ଲଖନପୁର ଲଖନପୁର ବ୍ଲକ ଓଡିଶାର ଦ୍ଵିତୀୟ ସର୍ବବୃହତ ବ୍ଲକ l 33 ଟି ପଂଚାୟତକୁ ନେଇ ଏହି ବ୍ଲକ ଗଠିତ ହୋଇଛି l ସୀମାନ୍ତ ଅଂଚଳରୁ ବ୍ଲକ କାର୍ଯ୍ୟାଳୟକୁ ଲୋକେ ଆସିବା ପାଇଁ ବହୁ ହଇରାଣ ର ସମ୍ମୁଖୀନ ହେଉଥିବାବେଳେ ସରକାରଙ୍କ ସମସ୍ତ ଉନ୍ନୟନମୂଳକ ଯୋଜନା ତୃଣମୂଳ ସ୍ତରରରେ ପହଂଚି ପାରୁନାହିଁ l ଲୋକଙ୍କ ସୁବିଧା ତଥା ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଲଖନପୁର ବ୍ଲକ ବିଭାଜନ ଏବଂ ଲଖନପୁର ତହସିଲ ଅଂଚଳକୁ ଏକ ସବଡିଭିଜନ ସ୍ଥାପନ ର ଆବଶ୍ୟକତା ରହିଛି ବୋଲି ଲଖନପୁର ନାଗରିକ ପରିଷଦ ପକ୍ଷରୁ କୁହାଯାଇଛି ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ…





