ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ, ଖୋଲା ରହିଛି ଘରୋଇ ବ୍ୟାଙ୍କ ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ: ଦୁଇଟି ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସୋମବାର ଏବଂ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏଥିପାଇଁ ସୋମବାରଠାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ଦେଶବ୍ୟାପୀ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି। ଏହା ଫଳରେ ବ୍ୟାଙ୍କଗୁଡ଼ିକରେ ଟଙ୍କା ଉଠାଣ, ଟଙ୍କା ଜମା, ଚେକ୍ କ୍ଲିୟରାନ୍ସ ଏବଂ ଋଣ ମଞ୍ଜୁରୀ ଆଦି କାର୍ଯ୍ୟ ପ୍ରଭାବିତ ହୋଇଛି। ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ଏହି ଧର୍ମଘଟରେ ସାମିଲ ହୋଇନାହାନ୍ତି। ଫଳରେ ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ...






