ପଶ୍ଚିମବଙ୍ଗ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ ଦେଖାଯାଉଛି ନିଶ୍ଚିତ କରିବା ନେଇ ନିର୍ଦେଶ ରହିଛି । ନିର୍ବାଚନ କମିଶନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସେମାନଙ୍କ ଭୋଟର ଗୋପନୀୟତା ବଜାୟ ରଖିବେ ଏବଂ ବାଲଟ୍ ୟୁନିଟ୍ ବଟନ୍ରେ କୌଣସି ରଙ୍ଗ, କାଳି, ସୁଗନ୍ଧି କିମ୍ବା ଅନ୍ୟ ରାସାୟନିକ ପଦାର୍ଥ ବ୍ୟବହାର ନ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ । ଏପରି କୌଣସି ଘଟଣା ଘଟିଲେ, ପ୍ରିଜାଇଡିଂ ଅଧିକାରୀ ତୁରନ୍ତ...




