ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ୍ ଚଳାଇଛନ୍ତି। ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର। ବାଲାଘାଟ ଜିଲ୍ଲାର ପଚମା ଦାଦର ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ନକ୍ସଲମାନଙ୍କଠାରୁ ଗ୍ରେନେଡ୍ ଲଞ୍ଚର୍, ଏସଏଲଆର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। ସୂତ୍ର ଅନୁସାରେ, ଆହୁରି ମୃତଦେହ ମିଳିବାର ସମ୍ଭାବନା ରହିଛି।ଏହି ଏନକାଉଣ୍ଟର ବେଳେ ଆଉ କିଛି ନକ୍ସଲ ଖସି ଚମ୍ପଟ ମାରିଥିବାର ସୂଚନା ମିଳିଛି।ପଚାମା...



