କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜରେ ହାତୀ ଆକ୍ରମଣରେ ଯୁବକ ମୃତ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ହାତୀ ଉପଦ୍ରବ ଥମିବାର ନା ଧରୁନି। ପୁଣି ହାତୀ ନେଲା ଆଉଏକ ଜୀବନ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ରେଞ୍ଜ ଲଇଡ଼ାପଦାରେ ହାତୀ ଆକ୍ରମଣ, ଜଣେ ଯୁବକ ମୃତ ହୋଇଥିବା ନେଇ ସୂଚନା । ମୃତକ ଜଣଙ୍କ ଲଇଡ଼ାପଦା ହାଟିଂ କଲୋନୀର ୩୫ ବର୍ଷିୟ ବିର୍ସା ମୁଣ୍ଡା ହୋଇଥିବା ନେଇ ସୂଚନା। ସେ ସ୍ଥାନୀୟ ସାପ୍ତାହିକ ହାଟରୁ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଟେକି ଫୋପାଡି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ସୂଚନା ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ୍ କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଘଟଣା ସ୍ଥଳରେ ରୁଗୁଡ଼ି ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



