ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ହିନ୍ଦୋଳ :07/06/2026ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ରାସୋଳ ପଂଚାୟତ ଅନ୍ତର୍ଗତ ନୂଆପାଟଣା ଓ ମୁଣ୍ଡିଆପସି ଗ୍ରାମ ମଝିରେ ଥିବା ନୂଆପାଟଣା ପ୍ରାଥମିକ ବିଦ୍ୟାଳୟଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଆବାସୀ ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ପ୍ରଭାସ ବେଉରା ଯୋଗଦେଇଥିବାବେଳେ, ସଂମ୍ମାନୀତ ଅତିଥିଭାବେ ତହସିଲଦାର ଦିଲ୍ଲୀପ କୁମାର ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ, ସାଂସଦଙ୍କ ପ୍ରତିନିଧି ସୁଶାନ୍ତ କୁମାର ପତି, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ରାସୋଳ ବିଜେପି ମଣ୍ଡଳ ସଭାପତି ଲିଙ୍ଗରାଜ ସାହୁ, ସରପଞ୍ଚ ଦିବାକର ନାଏକ, ଦୁଇ ଗ୍ରାମର ସଭାପତି ଓ ସମ୍ପାଦକ, ପରିଚାଳନା କମିଟିର ସଭାପତି ରବିନାରାୟଣ ପୃଷ୍ଟି, ସମ୍ପାଦକ ଅଖିଳ କୁମାର ପୃଷ୍ଟି ଏବଂ ନୂଆପାଟଣା ସ୍କୁଲ ସଭାପତି ସୂର୍ଯ୍ୟକାନ୍ତ ନାୟକ ଉପସ୍ଥିତ ରହିଥିବାବେଳେ, ଆଜିର ଏହି ମହାନ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗକରି ସୁଚାରୁରୂପେ ପରିଚାଳନା କରିଥିଲେ। ଏବଂ ପରିଚାଳନା କମିଟିର ସଦସ୍ୟ ସୁଧାଂଶୁ ପୃଷ୍ଟି, କୋଷାଧକ୍ଷ ମନୋରଞ୍ଜନ ପୃଷ୍ଟି, ସନ୍ତୋଷ ଖୁଣ୍ଟିଆ, କବି ଚନ୍ଦ୍ର ବିଶ୍ୱାଳ, କାହ୍ନ ଚରଣ ପୃଷ୍ଟି, ସୁରେଶ ନାଏକ, କବି ନାଏକ, ବରୁଣ ନାୟକ ଏବଂ ମିଳିତ ଗ୍ରାମବାସୀମାନେ ଉତ୍ସାହିତ ହୋଇ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସହଯୋଗ କରୁଥିବାର ଦେଖିବାକୁ ମିଳିଥିଲା। ଏବଂ ଛୋଟ ଛୋଟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତରେ ଉପସ୍ଥିତ ଅତିଥି ଓ ଗ୍ରାମବାସୀ ଆନନ୍ଦିତ ହୋଇଥିବାବେଳେ, ରାସୋଳ ପୋଲିସ ବାହିନୀ ଓ ଦମକଳ ବାହିନୀ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



