ଭୁବନେଶ୍ୱର : ଆଜିଠୁ ସାରା ଭାରତରେ ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର। ଘରୋଇ ଏଲପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା। ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା। ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ୯୪୨ ଟଙ୍କାକୁ ବୃଦ୍ଧି ପାଇଛି। ମାର୍ଚ୍ଚରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୬୦ ଟଙ୍କା ବୃଦ୍ଧି ହୋଇଥିଲା।

July 26, 2026/
No Comments


