ଅନୁଗୋଳ/ଭୁବନେଶ୍ୱର : ଅନୁଗୋଳ ଜିଲ୍ଲାରେ ୨୦ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ। ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ DEO ନିର୍ଦ୍ଧେଶ ଜାରି ହୋଇଛି।ଅନୁଗୋଳର DEOଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଯୋଗୁଁ ଅନୁଗୋଳ ଜିଲ୍ଲାରେ ଗ୍ରୀଷ୍ମ ଛୁଟିକୁ 20.06.2026 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ 20 ତାରିଖ ଶନିବାର ଓ 21 ତାରିଖ ରବିବାର ଥିବାରୁ ସୋମବାର 22.06.2026 ତାରିଖରେ ରେ ସ୍କୁଲଗୁଡ଼ିକ ପୁଣି ଖୋଲିବ।
ଏହି ଛୁଟି ଘୋଷଣା ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଲାଗୁ ହେବ।
ଅନ୍ୟ ସମସ୍ତ ଜିଲ୍ଲାରେ ମଧ୍ୟ ସମାନ ଭାବେ ନିର୍ଦ୍ଧେଶ ଅନୁସାରେ ଖୋଲିବ ସ୍କୁଲ।



