ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କ ହତ୍ୟା ର ସିବିଆଇ ତଦନ୍ତ ଦାବୀ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
ତାଳଚେର :ତା 17/06/2026: ବ୍ରହ୍ମଲିନ ସ୍ୱାମୀ ଲକ୍ଷଣା ନନ୍ଦ ସରସ୍ବତୀ ଙ୍କୁ 2008 ମସିହା ଅଗଷ୍ଟ 23 ତାରିଖ ଜନ୍ମାଷ୍ଟମୀ ତିଥିରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା | ଦୀର୍ଘ 18 ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକୃତ ହତ୍ୟାକାରୀ ଙ୍କୁ ଏଯାଏ ଦଣ୍ଡ ବିଧାନ ହୋଇ ପାରିଲା ନାହିଁ, ଉକ୍ତ ଘଟଣା ର ସିବିଆଇ ତଦନ୍ତ ସହ ହତ୍ୟାକାରୀ ଓ ହତ୍ୟା ଷଡଯନ୍ତ୍ର କାରି ଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ବରିଷ୍ଠ ବିଜେପି ନେତା ତଥା ସ୍ୱାମୀ ଲକ୍ଷଣା ନନ୍ଦ ସ୍ମୃତି କମିଟି ର ଆବାହକ ପର୍ଶୁରାମ ବାରିକ ଦାବୀ କରିଛନ୍ତି |ଆଜି ବୁଧବାର ସ୍ୱାମୀ ଲକ୍ଷଣା ନନ୍ଦ ସ୍ମୃତି କମିଟି ତାଳଚେର ପକ୍ଷରୁ ଏ ମର୍ମରେ ଏକ ଦାବୀ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ ତାଳଚେର ଉପ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି | ସ୍ୱାମୀଜୀ ଙ୍କର ଜନ୍ମପୀଠ ତାଳଚେର ର ଗୁରୁଜାଙ୍ଗ ଗ୍ରାମରେ | ବ୍ରହ୍ମଲିନ ସ୍ୱାମୀ ଲକ୍ଷଣା ନନ୍ଦ ସରସ୍ବତୀ ଙ୍କୁ 2008 ମସିହାରେ ଜନ୍ମାଷ୍ଟମୀ ଦିନ ସାରା ଦେଶ ଉତ୍ସବ ମୁଖରିତ ଥିବା ବେଳେ ନିର୍ମମ ଭାବେ ହତ୍ୟା କରାଗଲା |ଏହା ପୂର୍ବରୁ ମଧ୍ୟ ସ୍ୱାମୀଜୀ ଙ୍କ ଉପରେ ଆକ୍ରମଣ ହୋଇଥିଲା |ତତ୍କାଳୀନ ସରକାର ଓ ପୋଲିସ ପ୍ରଶାସନ କୁ ସ୍ୱାମୀଜୀ ଜଣାଇଥିବା ସତ୍ୱେ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦିଆ ନଯାଇ ମରଣ ମୁହଁକୁ ଠେଲି ଦିଆ ଯାଇଥିଲା |ଯାହାକି ଏକ ଷଡ଼ଯନ୍ତ |ହିନ୍ଦୁ ସମାଜ କୁ ଜାଗ୍ରତ କରିବା ପାଇଁ ଏବଂ ଗରିବ ଆଦିବାସୀ ପିଲାମାନଙ୍କୁ ଏବଂ ବାଳିକା ମାନଙ୍କୁ ପାଠ ପଢ଼ାଇ ମଣିଷ କରିବା ପାଇଁ ସ୍ୱାମୀଜୀ ପ୍ରୟାସ ଜାରି ରଖିଥିଲେ |ଚକାପାଦ, ଜଳେଶପଟା ପରି ଦେଶର ବିଭିନ୍ନ ସ୍ଥାନରେ ଆଶ୍ରମ ସ୍ଥାପନ କରି ଗରିବ ପିଲା ମାନଙ୍କୁ ପାଠ ପଢ଼ାଇ ଆତ୍ମନିର୍ଭର କରୁଥିଲେ |ସ୍ୱାମୀଜୀ ଙ୍କର ହତ୍ୟା ପରେ ଜଷ୍ଟିସ ମହାପାତ୍ର, ଜଷ୍ଟିସ ନାଇଡୁ କମିଶନ ଗଠନ କରାଯାଇ କମିଶନ ରିପୋର୍ଟ କୁ ଚାପି ଦିଆଯାଇଛି ଏବଂ ଏବେ ତାହା ହଜି ଯାଇଛି ବୋଲି ଗଣମାଧ୍ୟମ ରେ ପ୍ରକାଶ ପାଇଛି |ସ୍ୱାମୀଜୀ ଙ୍କୁ ଉପଯୁକ୍ତ ସୁରକ୍ଷା ଦିଆ ନଯାଇ ନିର୍ମମ ଭାବେ ହତ୍ୟା କରାଯିବା, ଏବଂ ପ୍ରକୃତ ହତ୍ୟାକାରୀ ଙ୍କୁ ଦଣ୍ଡ ବିଧାନ କରା ନଯିବା, ଏବଂ ହତ୍ୟା ଷଡ଼ଯନ୍ତ ରେ ସାମିଲ ବ୍ୟକ୍ତି ଙ୍କୁ ଦଣ୍ଡିତ ନ କରାଯିବା, କମିଶନ ରିପୋର୍ଟ କୁ ଚାପି ଦେବା ଏବଂ ତାହାକୁ ହଜାଇ ଦେବା ଭଳି ଏକ ସାଙ୍ଘାତିତ ଷଡଯନ୍ତ୍ର ର ଗନ୍ଧ ବାରି ହୋଇ ଯାଉଛି, | ସ୍ୱାମୀଜୀ ଙ୍କୁ 2008 ମସିହାରେ ହତ୍ୟା ପରେ ଆମ୍ଭେ ତାଳଚେର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ 48 ଦିନ ପର୍ଯ୍ୟନ୍ତ ଅନଶନ ତଥା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ବସିଥିଲୁ |ସେ ସମୟରେ ଆମ୍ଭଙ୍କୁ ପ୍ରତିଶୃତି ଦିଆ ଯାଇଥିଲା ସ୍ୱାମୀଜୀ ଙ୍କ ହତ୍ୟାକାରୀ ଏବଂ ହତ୍ୟା ରେ ଷଡଯନ୍ତ୍ର ରେ ସାମିଲ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ସମ୍ପର୍କ ରେ କିନ୍ତୁ ଏଯାଏ ଦୋଷୀ ଦଣ୍ଡ ପାଇ ପାରିଲେ ନାହିଁ |ବହୁବାର ଏ ବିଷୟରେ ବିଭିନ୍ନ ଫୋରମ ରେ ଆମ୍ଭେ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରି ଆସିଛୁ |ଦିନେ, ମାସେ ବର୍ଷେ ନୁହେଁ ଏ ମଧ୍ୟରେ 18 ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ୱାମୀଜୀ ଙ୍କର ହତ୍ୟାକାରୀ ଦଣ୍ଡ ପାଇ ପାରିଲେ ନାହିଁ, ଚଳିତ ବର୍ଷ ତାଙ୍କର ଜନ୍ମ ସତବାର୍ଷିକୀ ଆଉ ଦୁଇ ମାସ ପରେ ପାଳନ ହେବ, ଆମ୍ଭେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିନମ୍ର ନିବେଦନ କରୁଛୁ ସ୍ୱାମୀଜୀ ଙ୍କର ସତବାର୍ଷିକୀ ପାଳନ ପୂର୍ବରୁ ସିବିଆଇ କୁ ତଦନ୍ତ ଦାୟିତ୍ୱ ଦେଇ ସ୍ୱାମୀଜୀ ଙ୍କର ହତ୍ୟାକାରୀ ଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରିବା ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ଆବାହକ ପର୍ଶୁରାମ ବାରିକ ଲିଖିତ ଭାବେ ଦାବୀ ଉପସ୍ଥାପନ କରିଛନ୍ତି |ଦାବୀ ପତ୍ର ପ୍ରଦାନ ବେଳେ କମିଟି ର ସଦସ୍ୟ ବରୁଣ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସରୋଜ ମହାପାତ୍ର, ଚୈତନ୍ୟ ପ୍ରଧାନ, ବିନ୍ଦା ସିଂହ, ବରିଷ୍ଠ ଆଇନଜୀବୀ ନରେଶ ଚନ୍ଦ୍ର ଦାସ ଓ ଶମ୍ଭୁନାଥ ବେହେରା, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର, ଅମିତ କୁମାର ଦାସ, ସୁନୀଲ ପଟ୍ଟନାୟକ, ସତ୍ୟାନନ୍ଦ ଘଡେଇ, ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ |15 ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳଣାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଲିଖିତ ଭାବେ ଜଣାଇ ଦିଆଯାଇଛି |



