କଲାହାଣ୍ଡି, ୨୮/୦୬/୨୦୨୬( ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆସ୍ଥିତ ପ୍ରସିଦ୍ଧ ଜଳେଶ୍ୱର ମନ୍ଦିର ପରିସରରେ ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ବାଦିକ ସଂଘର ଏକ ସମୀକ୍ଷା ବୈଠକ ସଭାପତି ଶ୍ରୀ ରାମ କୁମାର ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।
ବୈଠକ ପୂର୍ବରୁ ମନ୍ଦିରର ପୂଜକ ଶ୍ରୀ ପଙ୍କଜ ଦାଶଙ୍କ ଦ୍ୱାରା ବିଧିବଦ୍ଧ ପୂଜାର୍ଚ୍ଚନା ଓ ସଂକଳ୍ପ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ ଗତ ୨ ଜୁନ ୨୦୨୬ ତାରିଖରେ ଗଦଲା ଝରଣ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ସଂଗଠନର ନାମ “ଜନ ସମ୍ପର୍କ ସାମ୍ବାଦିକ ସଂଘ, ଗୋଲାମୁଣ୍ଡା” ରଖାଯାଇଥିଲା।
ଏହି ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀ ରାମ କୁମାର ସେନାପତିଙ୍କୁ ସଭାପତି, ଶ୍ରୀ ସରୋଜ କୁମାର ମୁଣ୍ଡଙ୍କୁ ସମ୍ପାଦକ, ଶ୍ରୀ ପିତାମ୍ବର ବେହେରା ଓ ଶ୍ରୀ ସନ୍ତୋଷ କୁମାର ମାଝୀଙ୍କୁ ଉପସଭାପତି, ଶ୍ରୀ କପୂର୍ଚ୍ଚନ ସେଠିଆଙ୍କୁ ଯୁଗ୍ମ ସମ୍ପାଦକ, ଶ୍ରୀ ଜନ୍ମେଜୟ ନାଏକଙ୍କୁ କୋଷାଧ୍ୟକ୍ଷ ଏବଂ ଶ୍ରୀ ପୃଥିରାଜ ତାଣ୍ଡିଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା।
ଏହାସହ ପ୍ରଭାକର ବଗର୍ତ୍ତୀ, ଡମ୍ବରୁଧର ଜାଲ, ଦୀପକ ଭତ୍ରିଆ, ବିଶ୍ୱଜିତ ପ୍ରଧାନ, ଡମ୍ବରୁଧର ଭୋଇ ପ୍ରମୁଖ ସଦସ୍ୟ ଭାବେ ଓ ଜସ୍ମିନ ଖର୍ସେଲ କ୍ୟାମେରାମ୍ୟାନ୍ ଭାବେ ମନୋନୀତ ହୋଇଥିଲେ।
ବୈଠକରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ମୌଳିକ ସମସ୍ୟା, ସାଧାରଣ ଜନତାଙ୍କ ସମସ୍ୟା ଏବଂ ବିକାଶମୂଳକ ପ୍ରସଙ୍ଗକୁ ନିରପେକ୍ଷ ଓ ନିଷ୍ଠାର ସହ ସରକାର ଏବଂ ପ୍ରଶାସନଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ।
ଏହି ଅବସରରେ ସଂଘର ସଭାପତି ଶ୍ରୀ ରାମ କୁମାର ସେନାପତି, ଉପସଭାପତି ଶ୍ରୀ ସନ୍ତୋଷ କୁମାର ମାଝୀ ଏବଂ ସମ୍ପାଦକ ଶ୍ରୀ ସରୋଜ କୁମାର ମୁଣ୍ଡ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଜ ମତ ରଖିଥିଲେ। ବରିଷ୍ଠ ସାମ୍ବାଦିକ ଯଶୋବନ୍ତ ଚଲାନ ସଂଘର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଗଠନମୂଳକ ପରାମର୍ଶ ଦେଇଥିଲେ। ଏଥିରେ ରାଜ କୁମାର ପୁରୋହିତ, ଭୁବନେଶ୍ୱର ପଟେଲ, ଦୂର୍ମନ ନାଏକଙ୍କ ସମେତ ବହୁ ସଦସ୍ୟ ଓ ସାମ୍ବାଦିକ ଉପସ୍ଥିତ ଥିଲେ।
କଳାହାଣ୍ଡି ଗୋଲାମୁଣ୍ଡା ରୁ କାପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ

June 29, 2026/
No Comments


