ଗୋପାଳପୁରରେ ୭୭ ତମ ବନ ମହୋତ୍ସବ ପାଳିତ

ବରଗଡ:(ପବିତ୍ର ମେହେର)::ପରିବେଶ ସଂରକ୍ଷଣ ପ୍ରତି ଜନ ସାଧାରଣଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ସହିତ ଆମର ଭବିଷ୍ୟତ ପୀଢ଼ି ପାଇଁ ମଧ୍ୟ ସହାୟକ ହେବ।ଏହି ମର୍ମରେ ଛାତ୍ରାବସ୍ଥାରୁ ପ୍ରକୃତି ସୁରକ୍ଷା ଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ଜୁନିଅର୍ ରେଡକ୍ରସ କାଉନସେଲର ସଞ୍ଜୟ ଖମାରୀ ଯୋଗ ଦେଇ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ଭାବରେ ଭଟଲି ବନପାଳ କଂଗ୍ରେସ ସୁନା,ସମ୍ମାନିତ ଅତିଥିରୂପେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ ଯୋଗ ଦେଇଥିଲେ।ଗତ ବାର୍ଷିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଫଳ ଚାରା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜୀବ ସାହୁ, ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ,ପଞ୍ଚମୀ ନାଏକ, ମମତା ସାହୁ,ମାନସୀ ଷଣ୍ଢ,ସାବିତ୍ରୀ ସା,ଜୟନ୍ତୀ ମୁନା,ସାବିତ୍ରୀ ଭୁଏ, ସବିତା ବାଗ ଓ ସାବିତ୍ରୀ ବାଡା ସହଯୋଗ କରିଥିଲେ।ଅତିଥିବୃନ୍ଦ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଇକୋ କ୍ଲବର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ।ଶିକ୍ଷକ ଅଷ୍ଟମନ୍ୟୁ ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଦିଲ୍ଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।




