ଜଗତଉଦ୍ଧାର କର୍ତାଙ୍କ ମହାଆଡ଼ମ୍ବରରେ ପାଳିତ ହେଲା ସୁନାବେଶ
ତାଳଚେର,୨୫/୦୭ ପବିତ୍ର ଆଶାଢ଼ମାସ ଶୁକ୍ଳପକ୍ଷ ଏକାଦର୍ଶୀ ତିଥିରେ ପ୍ରଭୂ ଜଗତଉଦ୍ଧାର କର୍ତା ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ମହାଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ପ୍ରାତଃକାଳରୁ ପ୍ରଭୂ ଜଗତରନାଥ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ପୂଜାପାଠ, ଧୂପଦୀପ ନୈବେଦ୍ୟ, ପୁଷ୍ପ, ତୁଳସୀ, ଘଂଟ, ବାଦ୍ୟ, କୀର୍ତନ, ଝାଞ୍ଜ, ମୃଦଙ୍ଗ ସହ ଓଁନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଉଚାରଣ, ହରିବୋଲ, ହୂଳହୂଳିରେ ଏକାଦଶୀ ବ୍ରତ ପ୍ରଭୂଙ୍କର କରାଯିବା ପରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ତିନିଦିଅଙ୍କୁ ଦର୍ଶନ କରିବା ନିମନ୍ତେ ରଥଉପରକୁ ଛଡ଼ା ଯାଇଥିଲା । ରଥର ସମ୍ମୁଖରେ ଦର୍ଶନାର୍ଥିଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । କଥାରେ ଅଛି ଆଜି ଯେଉଁମାନେ ଏକାଦଶୀ ବ୍ରତ ପାଳନ କରିଥାନ୍ତି, ସେମାନଙ୍କୁ ଭଗବାନ ଆଶିର୍ବାଦ କୃପା ଲାଭ ହେବା ସହିତ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବ୍ରତାଧିକାରୀମାନେ ମତପୋଷଣ କରନ୍ତି । ଆଜି ପ୍ରଭୂ ରଥାରୁଢ଼ ହୋଇ ଗତକାଲି ଶ୍ରୀମନ୍ଦିର ପହଣ୍ଡିବିଜେ କରିବେ । ଏହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନକୁ ଆନନ୍ଦିତ କରିବା ସହ ପ୍ରଭୂଙ୍କ ଶ୍ରୀମନ୍ଦିର ପହଣ୍ଡି ବିଜେକୁ ଅପେକ୍ଷାରତ ବୋଲି ଜଣାଯାଏ ।



