ଆଜି କାମାକ୍ଷାନଗର କୋଟଗରା ଗ୍ରାମ ପଞ୍ଚାୟତ ର ମିନି କଲ୍ୟାଣ ମଣ୍ଡପ ଠାରେ ଓଡିଶା କୃଷକ ସଭା ଆନୁକୁଲ୍ୟରେ ମୁଖ୍ୟ ଅତିଥି କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ବିନୟ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏ ବୈଠକ କୁ ଢେଙ୍କାନାଳ କୃଷକ ସଭାର ସାଧାରଣ ସମ୍ପାଦକ ସରୋଜ ସତପଥୀ ପରିଚାଳନା କରି ସଙ୍ଗଠନର ଉଦ୍ଦେଶ୍ୟ ଓ ଚାଷି ମାନଙ୍କ ପ୍ରତି ହେଉଥିବା ଅବିଚାର ଓ ଚାଷୀ ମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ସଭାପତି ବିନୟ କୁମାର ସାହୁ ଚାଷିମାନେ ସଙ୍ଗଠିତ ହେଲେ ସେମାନଙ୍କ ସମସ୍ୟା ସମାଧାନ ହୋଇପାରିବ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ବିନୟ ସାହୁ, ଶ୍ରୀ କାନ୍ତ ସାହୁ, ବିନୟ କୁମାର ରାଉତ, ଶିକ୍ଷା ବିତ୍ ଦେବରାଜ ବେହେରା ବାଙ୍କନିଧି ରାଉତ, ସମିର ସାହୁ, ଶୁଦ୍ଧାକର ଜେନା, ବିଭିଷଣ ସାହୁ, ବରୁଣ ନାୟକ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ପ୍ରତି ସରକାର ଅବହେଳା ପ୍ରଦର୍ଶନ କରି କର୍ପୋରେଟ ମାନଙ୍କୁ ସାହାଯ୍ୟ କରୁଥିବାରୁ ସମାଲୋଚନା କରିଥିଲେ।



