ତାଳଚେର ପାରାଦୀପ / ଧାମରା ଜଳପଥ ୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ
ସ୍ପଷ୍ଟ କଲେ ବିଧାୟକ, ମନ୍ତ୍ରୀ

ତାଳଚେର, ୨୮/୦୭ ଢ଼େଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ବିକାଶମୂଳକ କାର୍ଯ୍ୟପାଇଁ ଢ଼େଙ୍କା ସାଂସଦ ରୁଦ୍ରନାରାୟଣ ପାଣି ସଦାସର୍ବଦା ପ୍ରାଥମିକ ଦେଇ ଆସୁଛନ୍ତି । ବିଭାଗୀୟ ମନ୍ତ୍ରୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଲୋକସଭାରେ ପ୍ରତ୍ୟେହ କୌଣସି ନା କୌଣସି ପ୍ରସଙ୍ଗ ଉପରେ ଦାବି ଉପସ୍ଥାପନ କରିଥାନ୍ତି । ବିଗତ କିଛି ଦିନ ପୂର୍ବେ ସାଂସ ଶ୍ରୀ ପାଣି କେନ୍ଦ୍ର ପରିବହନ ଏବଂ ଜଳମାର୍ଗ ମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ଲୋକସଭାରେ ତାଳଚେର ପାରାଦୀପ ଧାମରା ଜଳମାର୍ଗ -୫ କେବେ କାର୍ଯ୍ୟକ୍ଷମ ହେବ ସେ ଦିଗରେ ପ୍ରଶ୍ନ କରିଥିଲେ । ଶ୍ରୀ ପାଣିଙ୍କ ପ୍ରଶ୍ନ ଉତରର କେନ୍ଦ୍ର ସରକାରଙ୍କ ପୋର୍ଟ ପରିବହନ ଏବଂ ଜଳମାର୍ଗ ରାଜ୍ୟମନ୍ତ୍ରୀ ଶ୍ରୀ ଠାକୁର ୫ର ଶିଘ୍ର କାର୍ଯ୍ୟକ୍ଷମତା ସମ୍ପର୍କରେ ନିୟମ ୩୭୭ ଅନୁଯାୟୀ ତାଳଚେରରୁ ପାରାଦୀପ- ଧାମରା ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବିପିଆର ପ୍ରସ୍ତୁତ କରିବାର କାର୍ଯ୍ୟ ସମାପ୍ତ ହୋଇଛି । ଏଡା ବ୍ୟତୀତ ଅର୍ଥଅମନ୍ତ୍ରୀଙ୍କ ବଜେଟ ଭାଷଣରେ କରାଯାଇଥିବା ଘୋଷଣା ଅନୁଯାୟୀ ତାଳଚେର ପାରାଦୀପ ଧାମରା ୩୩୨ କିମି ଜାତୀୟ ଜଳପଥ ୫ର ବିକାଶ ପାଇଁ ଏକ ପ୍ରସ୍ତାବ ମନ୍ତ୍ରାଳୟ ଦ୍ୱାରା ଆନ୍ତଃ – ମନ୍ତ୍ରାଳୟ ପରାମର୍ଶ ଆଏମସି ପାଇଁ ଦାଖଲ କରାଯାଇଛି । ଏହି ପ୍ରକଳ୍ପ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ଏବଂ ୨୦୩୨ ସୁଦ୍ଧା ପ୍ରକଳ୍ପକୁ ସମ୍ପୂର୍ଣ୍ଣଭାବେ ସମ୍ପୂର୍ଣ୍ଣ କରାିବାକୁ ଲକ୍ଷ୍ୟ ରଖାଯାଇଛି । ଏହା କାର୍ଯ୍ୟକାରୀ ହେଲେ ପ୍ରଦ୍ୟୁଷଣ ନିୟନ୍ତ୍ରୀଣ ହେବାସହ ତାଳଚେରର କିଛି କାଂଶରେ ଉନ୍ନତି ହେବ । ତେବେ ଏହା କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।



