ଖରିଫ-୨୦୨୬ କୃଷି ରଣନୀତି ବୈଠକ ଅନୁଷ୍ଠିତ
ଅନୁଗୋଳ, ୨୮.୦୭ : ଅନୁଗୋଳ ଜିଲ୍ଲାର ଖରିଫ-୨୦୨୬ ବର୍ଷ ପାଇଁ କୃଷି ରଣନୀତି ସମ୍ବନ୍ଧୀୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଖରିଫ ଋତୁରେ ଧାନ ଓ ଅଣଧାନ ଫସଲ ଚାଷ, ବିହନ ବିତରଣ, ଜଳସେଚନ, ରାସାୟନିକ ସାରର ସ୍ୱଚ୍ଛ ବଣ୍ଟନ, କୃଷକ ସଶକ୍ତିକରଣର ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ମୋଟ ୧,୪୫,୧୦୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଉପ-ନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ଅମ୍ବର ଲୁଗୁନ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଦେବାଶିଷ ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ତଥା ବ୍ଲକ ସ୍ତରୀୟ ଅଧିକାରୀଗଣ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିନୋଦ କୁମାର ଦଳାଇ ପରିଚାଳନା କରିଥିଲେ।



