ତାଳଚେରର ଅଧିକାଂଶ ଅଂଚଳରେ ରାସ୍ତା ଅବସ୍ଥା ଶୋଚନୀୟ
ତାଳଚେର, ୦୩/୦୮ ତାଳଚେର ସହର ଓ ଶିଳ୍ପାଚଂଳରେ ଥିବା ବିଭିନ୍ନ ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ସାଧାରଣ ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଖରାପ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ବହୁ ମୃତାହତ ହେଉଥିବା ଜଣାପଡ଼ିଛି । ବାଇପାସ୍ ଛକଠାରୁ ବାହାରି ଥିବା ରାସ୍ତା ଗୁଡ଼ିକ ବିଭିନ୍ନ ଦିଗକୁ ଯାଇଥିବା ବେଳେ ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ତାଳଚେର ସହର, ଏନଟିପିସି କୋଇଲଶ ଖଣି ଓ କୋର୍ଟ କଚେରୀ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଉଥିବା ପଥଚାରୀମାନେ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ଖାଲଖମଣ ଥିବା ଯୋଗୁଁ ଗାଡ଼ିମଟର ଯିବା ବେଳେ ଧୂଳି ପ୍ରଚୁର ମାତ୍ରାରେ ଉଡ଼ୁଛି । ଫଳରେ ଦୁର୍ଘଟଣା ଘଟି କିଛି ମୃତାହତ ହେଉଥିବା ନଜିର ରହିଛି । ଏସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି । ପବିତ୍ରମୋହନ ଛକଠାରୁ ମହାବିଦ୍ୟାଳୟ ଆଡ଼କୁ ଯାଇଥିବା ମୁଖ୍ୟ ରାସ୍ତା ବାଇପାସ୍ ଛକରେ ସାମାନ୍ୟ ବର୍ଷା ହେଲେ ତିନିଚାରି ଫୁଟ ପାଣି ରହି ଜମିରହି ଯାତାୟତ ବ୍ୟାଘାତ ସୃଷ୍ଟି କରୁଛି । ସେହିଭଳି ବାଙ୍କ ଧରାଛକ ଠାରୁ ମିଶିଥିବା ବିଭିନ୍ନ ରାସ୍ତାରେ କୋଇଲା ପରିବହନ ପାଇଁ ଆସୁଥିବା ଟ୍ରକ ଗୁଡ଼ିକ ଚଳାଚଳ କରିବା ଫଳରେ ରାସ୍ତାରେ ଧୂଳି ଉଡ଼ି ପରିବେଶ ପ୍ରଦୂଷଣ ହେବା ସହିତ ଏହି ବାଙ୍କଧରା ଛକ ମରଣାଯନ୍ତା ପାଲିଟି । ତେବେ ଏହି ରାସ୍ତାକୁ ମରାମତି କରିବା ପାଇଁ ଜାତୀୟ ରାଜପଥ ଏମସିଏଲ କିମ୍ବା ଏନଟିପିସି ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ । ଏହି ରାସ୍ତା ଦେଇ ଲୋକାମାନେ ଯିବା ପାଇଁ ନିରାପଦ ମଣୁ ନାହାନ୍ତି ନାହାନ୍ତି । ସଡ଼କ ପଥରେ କୋଇଲା ପରିବହନ ପାଇଁ ହୋଇଥିବା କୋଲ କରିଡ଼ର ରାସ୍ତା ଏହି ବାଙ୍କଧରା ଛକଠାରେ ମିଶୁଥିବା ସେଠାରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଗତ ଦୁଇ ମାସ ଭିତରେ ବାଙ୍କଧରା ଛକ ରାସ୍ତାରୁ ପ୍ରାୟ ଜୀବନ ଚାଲିଥିଲା ବେଳେ ବହୁ ଲୋକ ଗୁରୁତର ଆହାତ ହୋଇଛନ୍ତି । ସେହିପରି ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାଦେଇ ଚଳପ୍ରଚଳ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି । ଶର୍ମାଛକରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ଦୁଇପାଶ୍ୱର୍ରେ ଥିବା ନଳା ପୋତିହୋଇ ଯାଉଥିବାରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ । ଉଦବୃତ ବର୍ଷାଜଳ ରାସ୍ତାରେ ବୋହିବା ଫଳରେ ଲୋକଙ୍କ ଯାତାୟତରେ ସମସ୍ୟା ଉପଜୁଛି । ଘଂଟପଡ଼ା ରେଲୱେ କ୍ରସିଂ ରାସ୍ତାର ଉଭୟ ପାଶ୍ୱର୍ରେ ଖାଲଖମଣ ହୋଇଥିବା ଏବଂ କୋଲ ୱାଗନ ଯିବା ଫଳରେ ଧୂଳି ଝଡ଼ ସୃଷ୍ଟି ହେଉଛି । ଏହି ଲେବଲକ୍ରସିଂ ଠାରେ ପ୍ରାୟ ସମୟରେ ଅଧାଘଂଟା ଅପେକ୍ଷା କରିବାକୁ ପଡ଼ିଥାଏ । ଓଭରବ୍ରିଜ ପାଇଁ ଫଳକ ଲାଗିଥିଲେ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ବାଙ୍କଧରା ଛକ ଠାରୁ ତାଳଚେର ମହାବିଦ୍ୟାଳୟ ଦେଇ ବାଇପାସ୍, ପବିତ୍ର ମୋହନ ଛକ, ବହ୍ଲରଛକ ୧୪୯ ନମ୍ବର ଜାତୀୟ ରାଜପଥରେ ଶହଶହ କୋଇଲା ଭାରୀଯାନ ଯାତାୟତ କରୁଥିବାରୁ ଖାଲଖମଣ ହୋଇଥିବା ସହ ଦୁଇଚକିଆ ଯାନ ସମ୍ଭବପର ହେଉନାହିଁ । କେଉଁ ମୂହର୍ତରେ ଯେ, କ’ଣ ହେବ ତାହା ଭଗବାନ୍ ଜାଣିଥିବେ । ଅପରପକ୍ଷେ ତାଳଚେର ଅଂଚଳର ରାସ୍ତାମରାମତି ପାଇଁ କେହି ଦୃଷ୍ଟି ଦେଉନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାଧାରଣ ମତପ୍ରକାଶ ପାଇଛି ।

September 22, 2026/
No Comments


