ଏସ ୟୁ ଜେ, କଳାହାଣ୍ଡି ଜିଲ୍ଲା ଶାଖାର ଜରୁରୀ ବୈଠକ।
ଭବାନୀପାଟଣା, (ଜାଗ୍ରତ ଭାରତ )ତା ୧୩। ୦୮। ୨୬
ଗତକାଲି ଅପରାହ୍ନ ତିନି ଘଟିକା ସମୟରେ ଭବାନୀପାଟଣା ଗାନ୍ଧୀ ଛକ ନିକଟସ୍ଥ କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ସଭା ଗୃହରେ ଏସ ୟୁ ଯେ କଳାହାଣ୍ଡି ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଏସ ୟୁ ଜେ ର ରାଜ୍ୟ ସାଙ୍ଗଠନିକ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଦର୍ଜି ଯୋଗଦେଇଥିଲେ।ଜିଲ୍ଲା ରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଉପୁଜିଥିବା ତଥା ଦେଖାଦେଉଥିବା ବିଭିନ୍ନ ସମଶ୍ୟା ଏବଂ ତାର ତ୍ୱରିତ ସମାଧାନ ନିମନ୍ତେ ଦରକାରୀ ପଦକ୍ଷେପ କଣ ହେବା ଆବଶ୍ୟକ ତାରି ଉପରେ ବିଶେଷ ଆଲୋଚନା ହୋଇଥିଲା। ପୂର୍ବରୁ ବହୁ ବାର ଷ୍ଟେଟ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟ ଏହାରି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି। ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ୫ଲକ୍ଷ୍ୟ ରୁ ୧୫ଲକ୍ଷ କୁ ବୃଦ୍ଧି, ସାମ୍ୱାଦିକ ମାନଙ୍କ ପେନସନ, ସାମ୍ବାଦିକ ସୁରକ୍ଷ୍ୟା ଆଇନ, ଗମନା ଗମନ, ଯାତାୟତ କ୍ଷେତ୍ରରେ ସରକାରୀ ଗାଡ଼ିରେ ଆବଶ୍ୟକ ରିହାତି ଆଦି ବହୁ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା।
ଆଗାମୀ ଡିସେମ୍ବର ମାସରେ ହେବାକୁ ଯାଉଥିବା ସଂଘର ବାର୍ଷିକ ଉତ୍ସବୁ କିପରି ସଫଳ କରିବା ଏବଂ ତାର ରୂପରେଖ ଭଳି ବିଷୟକୁ ନେଇ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ସାଖାର ସଦଶ୍ୟ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରଘୁନନ୍ଦନ ସିଂଘ, ସମ୍ପାଦକ ଶ୍ରୀଯୁକ୍ତ ସାରଦା ମହାନ୍ତି, କୋଷାଧକ୍ଷ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଯୋଶୀ, ସହସମ୍ପାଦକ ଶ୍ରୀଯୁକ୍ତ ରଜନୀକାନ୍ତ ମୁନି, ସୁଧାରାମ ସରଫା ଙ୍କ ସମେତ ବହୁ ସଦଶ୍ୟ ଉପସ୍ଥିତ ଥିଲେ।

August 14, 2026/
No Comments


