ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।
ପୁରୀ ଜିଲ୍ଲା ସଦର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାରୁତି ନଗର ଗୋପାଳପୁର ପରିସରରେ ଶୁକ୍ରବାର ଦିନ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିନୋଦ କୁମାର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥ ଭାବେ ପୁରୀ ବିଭାଗ ଶୋପ୍ରମୁଖ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ତେବେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ମୋଟ ୧୨୦ ଗୋଟି ପ୍ରକଳ୍ପ ପ୍ରର୍ଦଶିତ ହୋଇଥିବା ବେଳେ, ଏଥିରେ ୩୨୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତେବେ ପୁରୀ ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ସଭାପତି ଶ୍ରୀଯୁକ୍ତ ପ୍ୟାରୀମୋହନ ପଟ୍ଟନାୟକ ଉପ ସଭାପତି କୃଷ୍ଣଚନ୍ଦ୍ର ଦାସ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ପୃବ ସଭାପତି ଶ୍ରୀଯୁକ୍ତ ମହେଶ୍ୱର ଦାସ ପୂର୍ବ ସମ୍ପାଦକ ଶ୍ରଯୁକ୍ତ ସରୋଜ କୁମାର ସେଠୀ ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ ସଦସ୍ୟା ଶ୍ରୀମତୀ ସଙ୍ଗୀତା ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରର୍ଦଶିତ ପ୍ରକଳ୍ପ ଗୁଡିକ ପରିକ୍ରମା କରି ଜୁନିୟର ଏବଂ ସିନିୟର ବର୍ଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଚୟନ କରିଥିଲେ । ପରେ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥଲା । କୃତିତ୍ଵ ହାସଲ କରିଥିବା ପ୍ରକଳ୍ପ ଗୁଡିକର ଛାତ୍ରାଛାତ୍ରୀଙ୍କୁ ମାନପତ୍ର ସହ ଟଫି ଦେଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ପୁରୀ ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ




