ଶସ୍ୟ ସଂରକ୍ଷଣରେ ନୂଆ ପଦକ୍ଷେପ: ଜଙ୍ଗଲ ନିକଟବର୍ତ୍ତୀ ପରିବାରଙ୍କୁ ଗ୍ରେନ୍ ବିନ୍ ବଣ୍ଟନ
ଅନୁଗୋଳ: ମଣିଷ-ବନ୍ୟଜନ୍ତୁ ସଂଘର୍ଷ ହ୍ରାସ ସହ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ପରିବାରମାନଙ୍କ ଜୀବିକାକୁ ଅଧିକ ସୁରକ୍ଷିତ କରିବା ଦିଗରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି।
ବନ୍ତଳା ରେଞ୍ଜର ଖିଣ୍ଡା ସେକ୍ସନ ଅଧୀନସ୍ଥ କାଣ୍ଟାମେଘା-୧ ଓ କାଣ୍ଟାମେଘା-୨ ବିଟ୍ର କାଣ୍ଟାମେଘା, ରାଗୁଡ଼ିଆପଡ଼ା ଏବଂ ତାଳଗଡ଼ ଗ୍ରାମର ପରିବାରଗୁଡ଼ିକୁ ଗ୍ରେନ୍ ବିନ୍ ବଣ୍ଟନ କରାଯାଇଛି।
ଗ୍ରେନ୍ ବିନ୍ର ବ୍ୟବହାର ଦ୍ୱାରା ଚାଷୀ ପରିବାରମାନେ ଖାଦ୍ୟଶସ୍ୟକୁ ଅଧିକ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସଂରକ୍ଷଣ କରିପାରିବେ। ଏହା ଫଳରେ ଶସ୍ୟ ନଷ୍ଟ ହେବା ଓ ସଂରକ୍ଷଣଜନିତ କ୍ଷତିକୁ କମାଇବାରେ ସହାୟତା ମିଳିବ।
ବନ ବିଭାଗର ଏପରି ସମୁଦାୟକେନ୍ଦ୍ରିକ ପଦକ୍ଷେପ କେବଳ ଗ୍ରାମବାସୀଙ୍କ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରୁନାହିଁ, ବରଂ ସ୍ଥାନୀୟ ଲୋକଙ୍କ ଓ ବନ ବିଭାଗ ମଧ୍ୟରେ ବିଶ୍ୱାସ ଓ ସହଯୋଗର ସମ୍ପର୍କକୁ ମଧ୍ୟ ମଜବୁତ କରୁଛି।
ବନ ସୁରକ୍ଷା ସହ ସମୁଦାୟର ସହଯୋଗ—ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଦୀର୍ଘସ୍ଥାୟୀ ସହାବସ୍ଥାନର ମୁଖ୍ୟ ଆଧାର।



