ପିପଳକୋଟି ସୁରଙ୍ଗ ଦୁର୍ଘଟଣା: ୧୯ ଉଦ୍ଧାର, ୩ ଜଣଙ୍କ ସନ୍ଧାନ ଜାରି
ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ପିପଳକୋଟି ଅଞ୍ଚଳରେ ବିଷ୍ଣୁଗାଡ଼-ପିପଳକୋଟି ଜଳବିଦ୍ୟୁତ ପ୍ରକଳ୍ପର ସୁରଙ୍ଗରେ ଘଟିଥିବା ଦୁର୍ଘଟଣା ପରେ ଜୋରଦାର ଭାବେ ଉଦ୍ଧାର କାର୍ଯ୍ୟ ଚାଲିଛି।
ଘଟଣାସ୍ଥଳରେ ITBPର ହିମବୀର, NDRF, SDRF, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନର ଉଦ୍ଧାରକାରୀ ଦଳ ମିଳିତ ଭାବେ ଅଭିଯାନ ଚଳାଇଛନ୍ତି। ଏପର୍ଯ୍ୟନ୍ତ ସୁରଙ୍ଗ ଭିତରୁ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।
ତେବେ ଆହୁରି ୩ ଜଣ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ସୁରଙ୍ଗ ଭିତରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଅବିରତ ଜାରି ରହିଛି।
ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଉଦ୍ଧାରକାରୀ ଦଳ ସମନ୍ୱୟର ସହ କାର୍ଯ୍ୟ କରୁଥିବା ବେଳେ ନିଖୋଜ ୩ ଜଣଙ୍କୁ ଶୀଘ୍ର ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି।



