ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ଉତ୍ସାହର ସହ ପାଳିତ ସ୍ୱାଧୀନତା ଦିବସ
ଅନୁଗୋଳ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୋଳ ମିଶ୍ରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଦେଶଭକ୍ତିର ଭାବନା ସହ ସ୍ୱାଧୀନତା ଦିବସ ପାଳିତ ହୋଇଛି।
ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ସମସ୍ତେ ଏକସାଥିରେ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଓ ସର୍ବସ୍ୱ ଉତ୍ସର୍ଗ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ବିଧାୟକ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ଦେଶର ଏକତା, ଅଖଣ୍ଡତା ଓ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତ୍ୟେକ ନାଗରିକ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତା, ନିଷ୍ଠା ଓ ଦାୟିତ୍ୱବୋଧର ସହ ପାଳନ କରିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି ନେତା, କର୍ମକର୍ତ୍ତା ଓ କର୍ମୀ ଯୋଗଦେଇ ସ୍ୱାଧୀନତା ଦିବସର ଗୌରବମୟ ମୁହୂର୍ତ୍ତକୁ ପାଳନ କରିଥିଲେ।



