ବିଂଝାରପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା ଅଭିଯାନ
୮୦ ତମ ସ୍ୱାଧୀନତା ଦିବସ ଅବସରରେ ବିଂଝାରପୁର ବିଜେପି ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅଭିଯାନ -୨୦୨୬ ଉପଲକ୍ଷେ ତ୍ରିରଙ୍ଗା ପଦ ଯାତ୍ରା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଜରୀ ପଞ୍ଚାୟତସ୍ଥିତ ତୋଟା ସାହି ଗାନ୍ଧୀ ମଣ୍ଡପ ଠାରୁ ଆରମ୍ଭ କରାଯାଇ ସିଂହପୁର କାକୁଡି ପଡ଼ିଆ ମଠ ଠାରେ ପୂର୍ଣ୍ଣାଙ୍ଗ ହୋଇଥିଲା। ଜିଲ୍ଲା ବିଜେପି ଉପ ସଭାପତି ଶ୍ରୀମତୀ ପ୍ରଭାତୀ ସାହୁ ଅତିଥି ଭବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କହିଥିଲେ। ଜରୀ, ସିଂହପୁର ପଞ୍ଚାୟତ ସମେତ ବିଂଝାରପୁରବ୍ଲକର ବିଭିନ୍ନ୍ ପ୍ରାନ୍ତରୁ ଶତାଧିକ ବିଯେପି କର୍ମି ଓ ମହିଳା, ଯୁବକ ମାନେ ଭାଗନେଇ ଦେଶ ମାତୃକାର ବନ୍ଦନା କରିବା ସହିତ ବ୍ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ସ୍ଲୋଗାନ ଦେଉଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଜନ ଗଣ ମନ ଅଧିନାୟକ ଓ ବାନ୍ଦେ ମାତରଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଭୁବନାନନ୍ଦ ସାମଲ, ଯୁବ ନେତା ଅଭିମନ୍ୟୁ ସାହୁ, ବଳରାମ ବଳ, ବିରଞ୍ଚି ନାୟକ, ଅଟଳ ନାୟକ,ପ୍ରଫୁଲ୍ଲ ରାଉତ, ଗୋପାଳ ସାମଲ, ଶୁଶାନ୍ତ ସାମଲ, ଉତ୍କଳ ନାୟକ, ଜଗତ ମୋହନ ସାହୁ ଉମାକାନ୍ତ ନାୟକ,ଶ୍ରୀମତୀ ଲୁସି ପରିଡ଼ା, ସୁଚିତ୍ରା ବେହେରା ଗୋପାଳ ପ୍ରଧାନ, ଅକ୍ଷୟ ବେହେରା, ଅରୁଣ ସାମଲ, ଅଭୟ ବେହେରା, ଉମେଶ ଥାଟୋଇ, ସନ୍ତୋଷ ଧଳ,ହରେକୃଷ୍ଣ ବେହେରା, ପ୍ରଭାସ ମଲିକ,ସଂଜୀବ ସାମଲ, ଦୁର୍ଯୋଧନ ମଲିକ, ବିର ଧଳ, କୈଳାସ ଜେନା, ଲିଟୁ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

August 17, 2026/
No Comments


