ସ୍ୱାଧୀନତା ଦିବସ ଉପଲକ୍ଷେ ଢେଙ୍କାନାଳ ମିନାବଜାର ପୂଜାମଣ୍ଡପ ସାମନାରେ ବଜାରବାସୀ ତଥା ପୂଜପ୍ରତିଷ୍ଠାନ ସଭ୍ୟମାନଙ୍କ ଉପସ୍ଥିତି ରେ ପୂଜପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ ଲଳିତ ପଟ୍ଟନାୟକ ଜାତୀୟପତାକା ଉତ୍ତୋଳନ କରିଥିଲେ।ପ୍ରବଳ ବର୍ଷା ସତ୍ୱେ ପୂଜାକମିଟି ସଭ୍ୟମାନେ ଉପସ୍ଥିତ ରହି ବନ୍ଦେ ମାତରମ ଓ ଜାତୀୟସଂଗୀତ ଗାନ କରିଥିଲେ । ତତପରେ ଅଧ୍ୟକ୍ଷ ନିଜ଼ ବକ୍ତବ୍ୟ ରେ ଦେଶର 80ତମ ସ୍ୱାଧୀନତା ଦିବସ ମହତ୍ୱ ତଥା ଦେଶ ସ୍ୱାଧୀନତା ପାଇଁ ଯେଉଁ ମହାନଯୋଦ୍ଧା ମାନେ ବଳିଦାନ ଦେଇଥିଲେ ଯଥା ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ମଙ୍ଗଲ ପାଣ୍ଡେ, ଲାଲା ଲଜପତ ରାୟ , ସୁଭାସ ବୋଷ ଇତ୍ୟାଦି ଶହୀଦ ମାନଙ୍କୁ ମନେ ପକାଇ ଏ କଷ୍ଟଲବ୍ଧ ସ୍ୱାଧୀନତାକୁ କଳୁଷିତ ନକରି ଗଠନମୂଳକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ୍ନ କରାଯାଇଥିଲା।

August 17, 2026/
No Comments


