ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଯାଜପୁର _ ସ୍ବାଧୀନତା ଦିବସ ଉପଲକ୍ଷେ କୋରେଇ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଏବଂ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ବାହାରି କେଟିଲ ଛକ ଚୋରଦା ବାଇପାସ୍ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ସମେତ କୋରେଇ ବିଧାୟକ ଆକାଶ ଦାସ ନାୟକ, ଅଧ୍ୟକ୍ଷ ଅକ୍ଷୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ।ଠିକ୍ ସେହିପରି ପାଣିକୋଇଲି ର ଶର୍ମା ଟାଙ୍କି ବିଦ୍ୟା ସ୍କୁଲ ଠାରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇ ବଜାର ପରିକ୍ରମା କରି ମା ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା। ବିଦ୍ୟାଳୟ ପରିସରରେ ଚାରାରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ସହ ମା ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦ୍ଘାଟନ ଏବଂ ବସୁନ୍ଧରା ଯୋଜନାରେ ଭୁମିହିନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିରେ ବିଧାୟକ ଆକାଶ ଦାସ ନାୟକ, ବ୍ୟାସନଗର ତହସିଲଦାର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଦୀପ୍ତିମୟି କୁଅଁର, ସରପଞ୍ଚ ପଦ୍ମାବତୀ ପଣ୍ଡା, ପ୍ରୀତିରଞ୍ଜନ ସାହୁ, ବିଧାୟକ ଙ୍କ ପ୍ରତିନିଧି ଧନେଶ୍ୱର ବାରିକ, ପ୍ରହଲ୍ଲାଦ ପଣ୍ଡା, ସଂଯୁକ୍ତା ସାହୁ , ଅକ୍ଷୟ ବାରିକ ,ସସ୍କିତା ମାଝୀ,ତପନ ମାଝୀ,ଜୟନ୍ତ ନାୟକ,ସଞିବ ନାୟକ, ଭାସ୍କର ସାହୁ ପ୍ରମୁଖ ଯୋଗଦେଇ ଥିଲେ।





