କେନ୍ଦୁଝର ଜିଲ୍ଲାରେ ଜଙ୍ଗଲି ହାତୀର ଉତ୍ପାତ୍,ପାଞ୍ଚବର୍ଷର ଶିଶୁକନ୍ୟାକୁ କଚାଡି ମାରିଲାଦନ୍ତା।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଜଙ୍ଗଲି ଦନ୍ତାହାତୀର ଉତ୍ପାତ୍ ଘରୁ ଟେକିନେଇ ପାଞ୍ଚବର୍ଷର ଶିଶୁ କନ୍ୟାକୁ କଚାଡି ମାରିଲା ଜଙ୍ଗଲି ଦନ୍ତାହାତୀ। କେନ୍ଦୁଝରରେ ଦନ୍ତାହାତୀ ଆକ୍ରମଣରେ ୫ବର୍ଷର ଶିଶୁକନ୍ୟା ମୃତ । ବଡବିଲ ରେଞ୍ଜ ବଲାଣୀ ଥାନା ଅନ୍ତର୍ଗତ ଗମଲେଇ ଉପରସାହିରେ ରାତିରେ ଶୋଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ୫ବର୍ଷର ଶିଶୁକନ୍ୟାର ଶୋଚନୀୟ ମୃତ୍ୟୁ ଘଟିଥିବା ନେଇ ସୂଚନା। ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ସମୟରେ ଗୋଠଛଡା ଦନ୍ତାହାତୀ , ଗାଁର ମନ ମୁଣ୍ଡାଙ୍କର ଘର ଭାଙ୍ଗି ଘର ଭିତରେ ପଶି, ଶୋଇଥିବା ଅବସ୍ଥାରେ ତାଙ୍କର ୫ବର୍ଷର ଝିଅ କାଜଲ ମୁଣ୍ଡାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା । ଫଳରେ, ଘଟଣାସ୍ଥଳରେ ହିଁ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ନେଇ ସୂଚନା। ଖବର ପାଇ ଘଟଣାସ୍ଥଳରେ ବଲାଣୀ ପୋଲିସ ଏବଂ ବଡ଼ବିଲ ବନବିଭାଗ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



