ତୋଫାନ ଯୁବକ ସଂଘ ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ……..

ତାଳଚେର ବ୍ଳକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ହୋଇଯାଇଅଛି | ଏହି ଅବସରରେ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଅନୁସୟା ସାହୁଙ୍କୁ ସଂଘର ସଭାପତି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ତଦ ପରେ ସଭାପତି ଧୀରେନ୍ଦ୍ର ଦାସ ଜାତୀୟ ପତାକା ଉତ୍ତୋଳନ କଲେ | ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜାତୀୟ ସଂଗୀତ ଗାନ ଓ ସ୍ଳୋଗାନ ବନ୍ଦେ ମାତରଂ, ମହାତ୍ମା ଗାନ୍ଧି କି ଜୟଗାନ କରିଥିଲେ । ସଙ୍ଘ ପକ୍ଷରୁ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ତର୍କ ବିତର୍କ ଓ ଚିତ୍ରାଙ୍କନ ପ୍ରତି ଯୋଗିତା ରେ କୃତୀ ଛାତ୍ରଛାତ୍ରୀ ମୁସ୍କାନ ବେହେରା , ପ୍ରଜ୍ଞା ପ୍ରିୟଦର୍ଶନି ବେହେରା, ଶ୍ୟାମସୁନ୍ଦର ମହାନ୍ତି, ଆୟୁଷ ଗୋଛାୟତ, ମଧୁସ୍ମିତା ସାହୁ, ସିଦ୍ଧି ବେହେରାକୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ଉପସଭାପତି କାହ୍ନୁ ଚରଣ ଦାସ, ସହ ସଂପାଦକ ମନୋଜ ଦାସ, ଅଂଶୁମାନ ଦାସ,ସତ୍ୟମ ସାହୁ ,ଅନିମେଶ ସାହୁ, ଦେବାଶିଷ ସାହୁ , ଅରବିନ୍ଦ ମହାରଣା, ଆଦିତ୍ୟ ନାରାୟଣ ଦାସ ଓ ଅନ୍ୟାନ୍ୟ ସଦସ୍ୟ ପରିଚାଳନା କରିଥିଲେ | ଶେଷରେ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



