ତାଳଚେର ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ତାଳଚେର :-ତାଳଚେର ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଲିଙ୍ଗରାଜ ଓସିପି ର ମ୍ୟାନେଜର ପ୍ରହ୍ଲାଦ ସାହୁ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ମାର୍ଗ ଦର୍ଶନ କରିଥିଲେ l ଶିଶୁ ଭାଇ ଭଉଣୀ ମାନେ ଜାତୀୟ ପତାକାକୁ ଧରି ନାରା ଦେଇଥିଲେ l ଶାରୀରିକ ପ୍ରମୁଖ ଶ୍ରୀନିବାସ ଭୁକ୍ତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଦୟାନିଧି ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଗୁରୁଜୀ, ଗୁରୁମା, ସେବକ, ସେବିକା ଓ ବାହାନଚାଳକ ଭାଇମାନେ ସହଯୋଗ କରିଥିଲେ l



