ତାଳଚେର ଉପଖଣ୍ଡରେ ୮୦ତମ ସ୍ୱାଧୀନତା ଦିବସପାଳିତ
ତାଳଚେର, ୧୬/୦୮ ତାଳଚେର ଉପଖଣ୍ଡ ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଗାରୀମାର ସହ ପ।।ଳିତ ହୋଇଯାଛି । ଏହି ଅବସରରେ ତାଳଚେର ମହାବିଦ୍ୟାଳୟ ପଡ଼ିଆରେ ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ଜାତୀୟ ପତାକା ଉତୋଳନ କରି ଅଭିବାଦନ ପ୍ରଦାନ କରିଥିଲେ । ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଜାତୀୟ ସଙ୍ଗୀତ ପରିବେଶଣ କରାଯାଇଥିଲା । ମୁଖ୍ୟ ଅତିଥି ଉପଜିଲ୍ଳାପାଳ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ତାଳଚେର ଗର୍ବ, ଗୌରବ, ସମ୍ମାନ ୨୦୨୬ ଅନ୍ତର୍ଗତ ତାଳଚେର ଅଂଚଳର ଶ୍ରେଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନବାଡ଼ି କର୍ମୀ, ସଫଳ କ୍ରୀଡ଼ାବିତ୍ ଓ ସାମଜସେବୀ ମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା । ସ୍ଥାନୀୟ ମଣ୍ଡାପାଳ ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ଫଳବଂଟନ କରାଯିବା ସହ କାରଗାରରେ ମିଷ୍ଠାନ୍ନ ବଂଟନ କରାଯାଇଥିଲା । ବର୍ଣ୍ଣାଳୀ ଅନୁଷ୍ଠାନ ପକ୍ଷରୁ କବିତା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକାରୀ, ବିଭିନ୍ନ ଥାନାର ଅଧିକାରୀ, ଡ଼େପୁଟକଲେକ୍ଟର, ତହସିଲଦାର, ଗୋଷ୍ଠୀଉନ୍ନୟନ ଅଧିକାରୀ, ସୂଚନା ଲୋକସମ୍ପର୍କ ଅଓଧିକାରୀ ସହ ଅନ୍ୟାନ୍ୟ କର୍ମଚାରୀ, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

August 17, 2026/
No Comments


