
SIR-2026 ଅଧୀନରେ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଙ୍କୁ ଦାବି ଓ ଆପତ୍ତି ତାଲିକା ପ୍ରଦାନ
ତାରିଖ: ୨୫ ଅଗଷ୍ଟ ୨୦୨୬
ଭାରତୀୟ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲୁଥିବା ସ୍ୱତନ୍ତ୍ର ତୀବ୍ର ସଂଶୋଧନ (Special Intensive Revision- SIR)-୨୦୨୬ ପ୍ରକ୍ରିୟାର ଅଂଶ ଭାବେ ଅନୁଗୋଳ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଚଳିତ ସପ୍ତାହରେ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି।
ଏହି ବୈଠକ ସମୟରେ ଫର୍ମ-୯, ୧୦, ୧୧, ୧୧A ଏବଂ ୧୧B ରେ ଦାଖଲ ହୋଇଥିବା ଦାବି ଓ ଆପତ୍ତିର ସାପ୍ତାହିକ ତାଲିକା ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଥିଲା। ଏଥିପାଇଁ ସମ୍ପୃକ୍ତ ପ୍ରତିନିଧିମାନଙ୍କଠାରୁ ଯଥାବିଧି ସ୍ୱୀକୃତି ମଧ୍ୟ ଗ୍ରହଣ କରାଯାଇଛି।
ଦାବି ଓ ଆପତ୍ତି ଦାଖଲ କରିବାର ସମୟସୀମା ୧୯ ଅଗଷ୍ଟ ୨୦୨୬ରେ ଶେଷ ହୋଇଛି। ଦାଖଲ ହୋଇଥିବା ସମସ୍ତ ଦାବି ଓ ଆପତ୍ତିର ଫଇସଲା ୧୭ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।
ଏହାପରେ ଚୂଡ଼ାନ୍ତ ଭୋଟର ତାଲିକା ୨୧ ସେପ୍ଟେମ୍ବର ୨୦୨୬ରେ ପ୍ରକାଶ ପାଇବ।
ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ଅନୁଗୋଳ





