ରାଜ୍ୟ ଏସସିଏଲ ଅଧ୍ୟକ୍ଷଙ୍କୁ ସମ୍ବର୍ନ୍ଧନା
ତାଳଚେର, ୩୦/୦୮ ତାଳଚେର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଆମପ୍ରତିଭା ଆମ ପରିଚୟ ପକ୍ଷରୁ ବିଜେଡ଼ିର ରାଜ୍ୟ ଏସସିଏଲ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ମହେଶ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ନ୍ଧନା ଦିଆଯାଇଛି । ଆମପ୍ରତିଭା ଆମ ପରିଚୟ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସାହୁ ତାଳଚେର ବିଭିନ୍ନ ଅନୁଷ୍ଠାନ ସହିତ ଯୋଡ଼ିତ ଥିବା ବେଳେ ସେ ଜଣେ ସୁସଂଗଠିତଭାବେ ଢ଼େଙ୍କାନାଳ ଜିଲ୍ଳାରେ ପରିଚିତ ଏବଂ ଆଗେଇବା ଖବର କାଗଜର ସମ୍ପାଦକ ଅଛନ୍ତି । ଏହି ଖବର ପାଇବାପରେ ଶ୍ରୀ ସାହୁ ତାଳଚେରରେ ପଂହଚିବା ପରେ ଦେଉଳବେଡ଼ା କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ନ୍ଧନା ଜଣାଇଥିଲେ । ଅନୁଷ୍ଠାନର କର୍ମକର୍ତା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ବିନୟ ଖିଲା, ତ୍ରିନାଥ ସାହୁ, ଆଇନଜୀବୀ ଗିରିଜାଶଙ୍କର ମିଶ୍ର, ତପନ ମହାରଣା, ଜିତେନ୍ଦ୍ର ମହାପାତ୍ର, କୁଶ ବିହାରୀ ସାମଲ, ସଲିମ ଖାନ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

August 30, 2026/
No Comments


