ଅନୁଗୋଳରେ ସ୍କ୍ରବ୍ ଟାଇଫସ୍କୁ ନେଇ ସୂଚନା
ଅନୁଗୋଳରେ ରିପୋର୍ଟ ହୋଇଥିବା ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଭାବେ ରିପୋର୍ଟ ହୋଇଥିବା ମାମଲାଗୁଡ଼ିକ ରାପିଡ୍ କିଟ୍ ଟେଷ୍ଟ ଆଧାରରେ ଚିହ୍ନଟ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ରାପିଡ୍ ଟେଷ୍ଟରେ ପଜିଟିଭ୍ ଆସିଥିବା ସମସ୍ତ ୯ଟି ମାମଲା ଏଲିଶା ପରୀକ୍ଷା ଟେଷ୍ଟରେ ଫଳାଫଳ ନେଗେଟିଭ୍ ଆସିଛି। ଅବଶିଷ୍ଟ ନମୁନାଗୁଡ଼ିକର ଚୂଡ଼ାନ୍ତ ନିଶ୍ଚିତକରଣ ପାଇଁ ଏଲିଶା ପରୀକ୍ଷା ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରିବା ସହ ଆବଶ୍ୟକ ଚିକିତ୍ସା ସେବା ସୁନିଶ୍ଚିତ କରୁଛନ୍ତି। ସକ୍ରିୟ ସର୍ଭେଲାନ୍ସ ସହିତ ଆବଶ୍ୟକ ପ୍ରତିଷେଧକ ଓ ସତର୍କତାମୂଳକ ପଦକ୍ଷେପ ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଇଛି।
ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।



