“କେୟାର କନେକ୍ଟ” ର ପ୍ରଥମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭଟଲି (ଅଭିମନ୍ୟୁ ପଧାନ ): ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ “କେୟାର କନେକ୍ଟ” ସଂସ୍ଥାର ପ୍ରଥମ ପ୍ରତିଷ୍ଠା ଦିବସ ଅବସର ପ୍ରାପ୍ତ ଶିକ୍ଷକ ଜୀବର୍ଦ୍ଧନ ଭୋଇଙ୍କ ସଭାପତିତ୍ବରେ ପାଳନ ହୋଇଯାଇଅଛି। ଏହି ଅବସରରେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ସହାୟତାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କ୍ଷୀରେଶ୍ୱର ଗାଡ଼ତିଆ, ଡ଼. ଲଳିତା ସୁନା, ସୁମନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମ ରେ ସମୁଦାୟ ୨୦୮ ଜଣରୋଗୀ ଚିକିତ୍ସା କରାଯାଇଥିବା ବେଲେ ୬୦ ଜଣ ଙ୍କୁ ଚଷମା ଦିଆଯାଇ ୧୨ ଜଣ ଙ୍କୁ ମାଗଣା ମୋତିଆ ବିନ୍ଦୁ ଆପୋରେସନ ପାଇଁ ତ୍ରିଲୋଚନ ନେତ୍ରାଲୟ କୁ ନିଆଯାଇଥିଲା l ପ୍ରକାଶ ଥାଉକି କେୟାର କନେକ୍ଟ କମଗାଁ ଦ୍ୱାରା ଆଜି ପର୍ଯ୍ୟନ୍ତ ୮୪୩ ଜଣ ରୋଗୀ ଙ୍କ ଚିକିତ୍ସା କରି ମାଗଣା ଔଷଧ ବଣ୍ଟନ କରାଯାଇଅଛି l ବୁଲୁ, ଅରବିନ୍ଦ, ଦୁର୍ବଦଳ, ଡେଭିଡ, ରୋହନ, ରଜତ, ମନୋହର, ଅମ୍ଲାନ, ଭୀଷ୍ମଦେବ, ଟୁନା ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ସୁନୀଲ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।



