ଜନ୍ମାଷ୍ଟମୀ ପାଇଁ ଢେଙ୍କାନାଳ ବଜାରରେ ବଢୁଛି ପୂଜା ସାମଗ୍ରୀର ଚାହିଦା
ଢେଙ୍କାନାଳ ସହରରେ ଆସନ୍ତା ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ବଜାର। ବିଶେଷ କରି ମୀନା ବଜାର ସମେତ ସହରର ବିଭିନ୍ନ ପୂଜା ସାମଗ୍ରୀ ଦୋକାନରେ ଭିଡ଼ ଜମୁଛି।
ଜନ୍ମାଷ୍ଟମୀ ଅବସରରେ ଘରେ ଶ୍ରୀକୃଷ୍ଣଙ୍କୁ ଝୁଲାଇବା ପାଇଁ ବିଭିନ୍ନ ଡିଜାଇନ୍ର ଦୋଳି, ମାଳି, ଘାଗରା ସହ ଛୋଟ ପିଲାଙ୍କ ପାଇଁ ଶ୍ରୀକୃଷ୍ଣଙ୍କ ପୋଷାକ ମଧ୍ୟ ବିକ୍ରି ହେଉଛି।
ମୀନା ବଜାର ବ୍ୟବସାୟୀଙ୍କ କହିବା ଅନୁସାରେ, ଏଠାରେ ଘାଗରାର ଦାମ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଶ୍ରୀକୃଷ୍ଣଙ୍କ ଦୋଳି ୧୦୦ ଟଙ୍କାରୁ ଆରମ୍ଭ ହୋଇ ୧୫୦୦ ଟଙ୍କାରୁ ଊର୍ଦ୍ଧ୍ବ ଦାମରେ ବିକ୍ରି ହେଉଛି।
ଜନ୍ମାଷ୍ଟମୀ ପୂର୍ବରୁ ପୂଜା ସାମଗ୍ରୀ ଓ କୃଷ୍ଣଙ୍କ ପୋଷାକ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି ବେଶ୍ ଉତ୍ସାହ।



