ନୂତନ ସାପ୍ତାହିକ ବଜାର ଉଦଘାଟନ କଲେ କାଳିଆକୁଣ୍ଡଳ ପଞ୍ଚାୟତ ବାସି,
କଳାହାଣ୍ଡି ଜିଲ୍ଲା ଜୁନାଗଡ, 8/9,(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ ନୀୟୁଜ )ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଳ ଗ୍ରାମପଞ୍ଚାୟତ ରେ ନୂତନ ବଜାର ଉଦଘାଟନ ହୋଇଯାଇଛି,
କଳିଆକୁଣ୍ଡଲ ଗ୍ରାମପଞ୍ଚାୟତ ର ୪ ଗୋଟି ଗ୍ରାମ ଯାହା କଲିଆକୁଣ୍ଡଲ ଭେଜିପଦର, ମୁଣ୍ଡିଗୁଡ଼ା ଓ କେଳିଆ ର ଗନ୍ତିଆ ଓ ଝଙ୍କାର ମିଶି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ l
ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ କଳିଆକୁଣ୍ଡଳ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପାର୍ବତୀ ବିଶି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଭାରତି ରାଉତ ଓ ସମିତି ସଭ୍ୟ ଶ୍ରୀ ଏକାରାମ ସୁନାନି ଏବଂ ନାଏକ ସରପଞ୍ଚ ଶ୍ରୀ ଦେବରାଜ ସୁନାନୀ ଓ କଳିଆକୁଣ୍ଡଲ ଗ୍ରାମପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ମିଶି କେଲିଆ ବସ୍ ଷ୍ଟାଣ୍ଡ ୪- ଛକ ପାଖରେ ଉପସ୍ଥିତ ରହି ପୂଜାର୍ଚନା କରି ନୂତନ ବଜାର ଉଦଘାଟନ କରିଥିଲେ l ଏହି ସାପ୍ତାହିକ ବଜାର ରେ ବିଭିନ୍ନ କଚ୍ଚା ପନିପରିବାର , ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ଯଥା ଛେଳି ମେଣ୍ଡା କୁକୁଡ଼ା ବେପରୁଆ ମାନେ ବେପାର ବାଣିଜ୍ୟ କରିଥିଲେ, ଏବଂ ପଞ୍ଚାୟତ ର ସରପଞ୍ଚ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ବଜାରରେ ଗାଇ,ଗୋରୁ ମଧ୍ୟ ମିଳିବ ବୋଲି ପଞ୍ଚାୟତ କମିଟି ପକ୍ଷରୁ ସୂଚନା ମିଳିଛି l ଶଲ୍ୟ କୁମାର ନାଏକ ଜାତିରାମ ନାଏକ ବସନ୍ତ କୁମାର ନାଏକ ମନୋରଞ୍ଜନ ତାଣ୍ଡି ଅରବିନ୍ଦ ପଟେଲ ରୋହିତ ନାଏକ ଓ କଲିଆକୁଣ୍ଡଲ ଗ୍ରାମପଞ୍ଚାୟତ ର ସମସ୍ତ ଭଦ୍ରବିକ୍ତି ଉପସ୍ଥିତ ଥିଲେ, ଏବଂ ଏହି ସାପ୍ତାହିକ ମଙ୍ଗଳ ବାର ବସିଥିବାରୁ ଜନ ସାଧାରଣ ଙ୍କ ମନରେ ବହୁତ ଖୁସି ଦେଖିବାକୁ ମିଳିଛି, ଓ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ପି ଇ ଓ, ନା,ଏ,ବସରପଞ୍ଚ ଓ ପଚାୟତ ର ସଭ୍ୟ ସଭ୍ୟା ଙ୍କୁ ମଧ୍ୟ ଜନସାଧାରଣ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି,



