ଧାନବିଲରୁ ହାତୀ ଘଉଡାଇବାକୁ ଯାଇ, ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ।
କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ନେଇ ସୂଚନା । ଧାନ ବିଲରେ ଚାଷୀକୁ ଦଳିଦେଲା ହାତୀ। ଧାନ ବିଲରେ ହାତୀପଲ ଧାନ ଖାଉଥିବା ବେଳେ ହାତୀ ଘଉଡେଇବାକୁ ଚେଷ୍ଟାକରି ହାତୀ ଆକ୍ରମଣରେଚାଷୀ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ।। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ୍ ଚମ୍ପୁଆବ୍ଲକ ବସିରା ଗ୍ରାମ ଚତୁରି ସାହିର ବିଶ୍ବନାଥ ମହାନ୍ତ (୪୮) ହାତୀ ଆକ୍ରମଣରେ ନିଜ ଧାନ ବିଲରେ ମୃତ୍ୟୁବରଣ କରିଛନ୍ତି । ୨୫ ଟିକିଆ ହାତୀପଲ ଦୁଇଦିନ ହେବ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହି ଆଖପାଖ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ବସିରା ଚତୁରି ସାହିରେ ବିଶ୍ବନାଥଙ୍କ ବିଲରେ ଧାନ ଖାଉଥିବା ବେଳେ ସେ ହାତୀ କୁ ଘଉଡେଇବାକୁ ଚେଷ୍ଟା କରିଥିଲେ। ମାତ୍ର ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସେ ବିଲରୁ ଦୈଡି ପଳାଇବାକୁ ଚେଷ୍ଟା କରିଥିଲେ ମାତ୍ର ହାତୀ ଧାନ ବିଲରେ ବିଶ୍ବନାଥକୁ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା। । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



