ଚନ୍ଦନ ବଜାର ଜୟ ଜଗନ୍ନାଥ କ୍ଲବ୍ ତରଫରୁ ୪୧ତମ ଗଣେଶ ପୂଜା ପାଳିତ ଦ୍ବିତୀୟ ଦିବସରେ ଅନ୍ନସଂଖୁଡି ଭୋଗ ଲାଗି
ଢେଙ୍କାନାଳ, ୧୫/୯ : ଢେଙ୍କାନାଳ ସହର ଚନ୍ଦନ ବଜାରର ଜୟ ଜଗନ୍ନାଥ କ୍ଲବ୍ ତରଫରୁ ୪୧ତମ ଗଣେଶ ପୂଜା ପାଳିତ ହେଉଅଛି । ଚଳିତ ବର୍ଷ ବାଲ୍ ଗଣେଶ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଦ୍ୱିତୀୟ ଦିବସରେ ଶ୍ରୀଗଣେଶଙ୍କ ପାଖରେ ଅନ୍ନସଂଖୁଡି ଭୋଗ ଲାଗି କରାଯାଇଥିଲା । ଏଥିରେ ଅନ୍ନ, ଡାଲି, ମିକ୍ସ ତରକାରି, ଖଟା ଓ କ୍ଷୀରି ଇତ୍ୟାଦିକୁ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଭକ୍ତମାନେ ମହା ଆନନ୍ଦରେ ସେବନ କରିଥିଲେ । ପ୍ରତ୍ୟେକ ଦିନ ଠାକୁରଙ୍କ ପାଖରେ ମଙ୍ଗଳ ଆଳତି ସହ ପ୍ରାତଃ ପୂଜା ଓ ସଂଧ୍ୟା ଆଳତି ପ୍ରଦାନ କରାଯାଉଅଛି । କର୍ତା କୃଷ୍ଣଚନ୍ଦ୍ର ବେହେରା, ପୂଜକ ସିପୁନ୍ ନନା ସମସ୍ତ ପୂଜାକୁ ସମ୍ପାଦନ କରୁଛନ୍ତି । ସଭାପତି ଅମରେନ୍ଦ୍ର ସାହୁ, ସଂପାଦକ ଲକ୍ଷ୍ମୀକାନ୍ତ ମେହର, କୋଷାଧ୍ୟକ୍ଷ ପ୍ରକାଶ ବେହେରା, ସହ ସଂପାଦକ ପ୍ରୀତି ପ୍ରିୟାଶୁ ଦଳେଇ, କାର୍ଯ୍ୟକର୍ତା ମୁନା ଦଳେଇ, ସଂଗ୍ରାମ ସାହୁ, ମୁନା ଖାନ୍, ଉମାକାନ୍ତ ସାମଲ, ଅନ୍ତର୍ଯ୍ୟାମୀ ଦଳେଇ ପ୍ରମୁଖ ପୂଜାକୁ ପରିଚାଳନା କରୁଛନ୍ତି । ଏହି ପୂଜା ୭ଦିନ ଧରି ଚାଲୁ ରହିବ



