ଜୟ ଜଗନ୍ନାଥ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ତୀର୍ଥ ଭ୍ରମଣ
ଢେଙ୍କାନାଳ, ୧୫/୯ : ଢେଙ୍କାନାଳ ଉପକଣ୍ଠ ଜୟ ଜଗନ୍ନାଥ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ତୀର୍ଥ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥୁରେ ଢେଙ୍କାନାଳ ଜିଲ୍ଲାର ଓଡାପଡା, କାମାକ୍ଷାନଗର, ଗଁଦିଆ, ଭାପୁର ଅଂଚଳର ବରିଷ୍ଠ ନାଗରିକମାନେ ଯୋଗଦେଇ ଉତର ଭାରତର ପଶ୍ଚିମାଂଚଳରେ ଥିବା ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ଅଭିମୁଖେ ଗତକାଲି ରାତ୍ରରୁ ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ ଠାରୁ ଟ୍ରେନ୍ରେ ବସି ଯାଇଛନ୍ତି । ଶାନ୍ତି, ସସ୍ତି ଓ ଆନନ୍ଦ ଭାବ ସୃଷ୍ଟି କରିବା, ତୀର୍ଥ ଭ୍ରମଣ କରି ଈଶ୍ୱରଙ୍କ କୃପାଲାଭ କରିବା, ପାରିବାରିକ ସହଯୋଗ କରିବା, ସେବା କାର୍ଯ୍ୟ ପ୍ରଦାନ କରିବା ଓ ଜୀବନର ଅନ୍ତିମ ସମୟରେ ସାହାଯ୍ୟ ସହାନୁଭୁତି କରିବା ମୂଳ ଲକ୍ଷ୍ୟ ବୋଲି ସଂଘର ସଭାପତି ଗୋପିନାଥ ଜେନା ଓ ସଂପାଦକ ପ୍ରଫୁଲ୍ଲ କୁମାର ପରିଡା ପ୍ରକାଶ କରିଛନ୍ତି । ଏଥିରେ ୩୫ ଜଣ ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣ କରିଛନ୍ତି ।



