
ବୃଦ୍ଧା ଓ ମା ମାନଙ୍କ ପାଇଁ ରାଜ୍ୟ ପ୍ରଶାସନ ଙ୍କୁ ଅନୁରୋଧ କଲେ ଚିଣ୍ଟୁ ବାବା
(ଜେ ବି ଏନ /ସୁଶାନ୍ତ କୁମାର)୦୩/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ବଙ୍ଗୁର୍ଷିଂହ ଗ୍ରାମ ପଞ୍ଚାୟତ ର ଏକ ଘରିଆ ଗ୍ରାମ ରେ ଭକ୍ତ କବି ଦୀନକୃଷ୍ଣ ଦାସ (ଚିଣ୍ଟୁ ବାବା ) ଙ୍କ ସାଧନା ପୀଠ ଶରଣ ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କର ଦର୍ଶନ ନିମନ୍ତେ କାଳିଆ ସାନ୍ତଙ୍କର ଦ୍ଵାରା ଖୋଲା ଯାଇଛି । ହେଲେ ଏତେ ଡେରି କରିଦେଲେ ପ୍ରଶାସନ ତରଫରୁ ନିୟମ ଟିକେ କଡ଼ା କଡ଼ି ହେଇ ଯାଇଛି । କିନ୍ତୁ ଏ ନିୟମରେ ପକ୍ଷପାତିତା ଅଭିଯୋଗ ।
ଅଭିଯୋଗ ନହେଲେ ବି ମଧ୍ୟ ବୃଦ୍ଧା ମା ମାନଙ୍କ ଅଣଦେଖା ନ କରାନଯାଉ । ଏହି ନିୟମ ରେ ଅଛି ଯେ ୬୫ ବର୍ଷ ରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଶ୍ରୀ ମନ୍ଦିର ମନା। ଏ କଣ କଣ ସରକାରଙ୍କର ପକ୍ଷପାତିତା ନିତି ନୁହେଁ କି। ସେମାନେ ଶୀତ କାକର କୁ ଖାତିର ନ କରି କାର୍ତ୍ତିକ ମାସରେ ହବିଷ ମଧ୍ୟ କଲେ। ହେଲେ ମହାପ୍ରଭୁଙ୍କର ଦର୍ଶନ ଟିକେ ପାଇଲେନି। ତାପରେ ବି ଅନେକ ଦିନ ହେଲା ସେମାନେ ଅପେକ୍ଷା କରୁଛନ୍ତି ଯେ ସେ ନିହାତି ଭାବରେ ହେଉ ଥରେ ମହାପ୍ରଭୁଙ୍କର ଦର୍ଶନ ଯେମିତି ହେଲେ ଯେବେ ହେଲେ ମିଳିବ । ହେଲେ ଦେଖିଲା ବେଳକୁ ସେମାନଙ୍କୁ ମନା । ତେଣୁ ପ୍ରଶାସନ କୁ ଅନୁରୋଧ ଯେ ସେ ଏମା ଙ୍କ ପାଇଁ ନିୟମ ପରିବର୍ତ୍ତନ କରି ଧ୍ୟାନ ଦିଅନ୍ତୁ।



