
ରଘୁବୀର ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ର ଶୁଭ ଉଦ୍ଘାଟନ
(ଜେ ବି ଏନ /ସୁବ୍ରତ କୁମାର) ୦୩/୦୧/୨୦୨୧ ପରଜଙ୍ଗ : ରଘୁବିର ଫାଉଣ୍ଡେସନ ପକ୍ଷରୁ ପରଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜରୁରୀ କାଳୀନ ନିଶ୍ଲୁକ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ। ଏହି ଅବସରରେ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଉଦ୍ଘାଟନ କରିଥିଲେ। ଏହି ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ସମସ୍ତ ଜନକଲ୍ୟାଣ କାର୍ଯ୍ୟ ଓ ରୋଗୀ ମାନଙ୍କ ସେବାରେ ଆସି ପାରିବ, ଏହା ଦ୍ୱାରା ବିଭିନ୍ନ ରୋଗୀଙ୍କର ମାନଙ୍କର କିଛି ମାତ୍ରାରେ ସମସ୍ୟା ଦୂର ହୋଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ।
ଆଜିର ଏହି ଉଦଘାଟନ ସଭାରେ ଅନ୍ୟତମ ସଂମାନିତ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି, ଅତି ପ୍ରିୟ ଯୁବନେତା ଅସିତ୍ କୁମାର ରାୟଚୌଧୁରି କହିଥିଲେ।

ରଘୁବୀର ଫାଉଣ୍ଡେସନ ପକ୍ଷରୁ ଏହି ଭଳି ଜନକଲ୍ୟାଣ କାର୍ଯ୍ୟ ଓ ଚିନ୍ତାଧାରା କରିଥିବାରୁ ଆପଣ ମାନେ ସମାଜ ପାଇଁ ପ୍ରେରଣା ଓ ଉଦାହରଣ, ଏହି ଭଳି ସାମାଜିକ କାର୍ଯ୍ୟ କରିବା ପାଇଁ ସମସ୍ତ ଯୁବ ବନ୍ଧୁ ମାନେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ, ବିଜେଡ଼ି ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ଯୁବ ସଭାପତି ସୁବ୍ରତ ଦାସ, ସରପଞ୍ଚ ପ୍ରିୟଜୀତ ସାମଲ, ପ୍ରଦୀପ ବେହେରା, ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ, ଗଣମାଧ୍ୟମ ପ୍ରତିନିଧି,ଏବଂ ରଘୁବୀର ଫାଉଣ୍ଡେସନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।



