ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ

ଜେ ବି ଏନ, ୦୪/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନଗୁଳ : ଅନଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ର ନିର୍ବାଚନ ରବିବାର ଶେଷ ହୋଇଛି। ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସାଗର ନାଥ ମିଶ୍ର, ସହ ସମ୍ପାଦକ ଭାବେ ଗଙ୍ଗାଧର ପଟ୍ଟନାୟକ ଏବଂ ସତ୍ୟେନ୍ଦ୍ର ପ୍ରଧାନ,ସେହିପରି ଉପ ସଭାପତି ଭାବେ ଅରୁଣ ପୁଷ୍ପାଳକ ଏବଂ ପ୍ରଭାତ ସିହ୍ନା ଏବଂ କୋଷାଧ୍ୟକ୍ଷ ଭାବେ ରଞ୍ଜନ କୁମାର ଧୀର ସାମନ୍ତ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଆଇନଜୀବୀ ଭୁପେଶ ପ୍ରଧାନ ନିର୍ବାଚନ ପରିଚାଳନା କରିଥିବା ତାଙ୍କୁ ଆଇନଜୀବୀ ସନ୍ତୋଷ କୁମାର ନାୟକ ଓ ପ୍ରଶାନ୍ତ ରଥ ସହଯୋଗ କରିଥିଲେ ।ସୋମବାର ପୂର୍ବାହ୍ନରେ କଦମ ପଡିଆଠାରେ ନବ ନିର୍ବାଚିତ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ଶପଥ ପାଠ କରିଥିଲେ ।ତେବେ ମିଳିତ ଭାବେ ସମସ୍ତଙ୍କର ସହଯୋଗରେ ଅନଗୁଳ ଜିଲ୍ଲା କ୍ରିକେଟ ବୋର୍ଡ଼ କୁ ଆଗକୁ ନିଆଯିବ ସହ କ୍ରିକେଟ୍ ପାଇଁ ଉଦ୍ଧିଷ୍ଟ କଦମ ପଡିଆର ଉନ୍ନତି କରଣ କରାଯିବ ବୋଲି ନବ ନିର୍ବାଚିତ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି।




