ପରୀକୁ ନ୍ୟାୟ ଦେବା ଦାବିରେ ବିଜେପିର ପଦଯାତ୍ରା

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର : ବହୁଚର୍ଚିତ ନୟାଗଡ଼ ପରୀକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱର (ମଧ୍ୟ)ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ କରାଯାଇଛି।ଭୁବନେଶ୍ୱର ରସୁଲଗଡ ଛକ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ,ବରିଷ୍ଠ ନେତା ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ବିଜେପି ଏସସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ଜଳନ୍ଧର ନାୟକ, ଭୁବନେଶ୍ୱର ବିଜେପି ଜିଲ୍ଲା ଉପ-ସଭାପତି ନିରଞ୍ଜନ ରାଉତରାୟ, ବାଣୀବିହାର ମଣ୍ଡଳର ଦେବେନ୍ଦ୍ର ପତିଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।ପ୍ରଥମେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେପି କାର୍ଯ୍ୟକାର୍ତ୍ତା ମାନେ ଏକତ୍ରିତ ହୋଇଥିଲେ।ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏହି ପଦଯାତ୍ରା ଆରମ୍ଭ ହୋଇ କଳ୍ପନା ଛକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପଦଯାତ୍ରା ଶେଷ କରିଥିଲେ।



