ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଙ୍କ ଭାରତ ଗସ୍ତ ବାତିଲ

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଚଳିତ ମାସରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଙ୍କ ଭାରତ ଗସ୍ତ ବାତିଲ ହୋଇଛି l ଏ ନେଇ ସରକାରୀ ସୂତ୍ରରେ ଖବର ହସ୍ତଗତ ହୋଇଛି l ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ କଥାବାର୍ତ୍ତା କରି ଯୋଜନା ଅନୁଯାୟୀ ଏହି ମାସ ଶେଷରେ ସେ ଭାରତ ଗସ୍ତରେ ଆସି ପାରିବେ ନାହିଁ ବୋଲି କହିବା ସହିତ ଦୁଖ ପ୍ରକାଶ କରିଛନ୍ତି। ତେବେ ବ୍ରିଟେନ୍ ମୁଖପାତ୍ର ଙ୍କ ସୂଚନା ମୁତାବକ କରୋନା ମହାମାରୀ ଯୋଗୁଁ ଏପରି ପରିବର୍ତ୍ତନ ହୋଇଥିବା ଜଣାପଡିଛି l




