ଢେଙ୍କାନାଳ କୃଷକ ସଙ୍ଗଠନ ର କାର୍ଯ୍ୟକାରିଣୀ ବୈଠକ

ଜେ. ବି. ଏନ୍/ରିପୋର୍ଟ, ସୁଶାନ୍ତ କୁମାର ସାମଲ, (୦୫/୦୧ /୨୦୨୧), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ଢେଙ୍କାନାଳ ଜିଲ୍ଲା ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ସଭାପତିତ୍ବରେ ସଭା ଆରମ୍ଭ ହୋଇଯାଇଥିଲା। ଏହି ବୈଠକରେ ମୁଖ୍ୟ ଆଲୋଚନା କେନ୍ଦ୍ର ସରକାର ଆଣିଥିବା ତିନୋଟି ଚାଷୀ ବିରୋଧୀ କଲା ଆଇନ କି ଭଲି ଭାବରେ ରଦ୍ଦ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସଭାରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ୍ ଯୋଗ ଦେଇ ତିନୋଟି ଆଇନ କୁ ଭଲ ଭାବରେ ବୁଝେଇବା ସହ ଚାଷୀ ମାନଙ୍କ ବିରୋଧୀ ବା ଦେଶର ଚାଷୀ ମାନଙ୍କ ଠାରୁ ଜମି ଚାଲିଯିବ ଏବଂ ମଣ୍ଡି ବନ୍ଦ ହେବ ତା ସହିତ ମୌଳିକ ଆବଶ୍ୟକତା ଜିନିଷର ଆକାଶ ଛୁଆଁ ହେବ ଏବଂ ରାଜ୍ୟ ସ୍ତରରେ ଯେଉଁ ନିଷ୍ପତ୍ତି ନିଆଯାଇଛି, ଆସନ୍ତା ଜାନୁୟାରୀ ୧୫ ତାରିଖ ରେ ରାଜ୍ୟ ସମାବେଶ ସହିତ ଦିଲ୍ଲୀ ଚଲୋ ଯାତ୍ରା ଆରମ୍ଭ ହେବ। ୧୦୦୦ ରୁ ଉର୍ଦ୍ଧ ଚାଷୀ ଯିବେ, ଏହି ଯାତ୍ରାରେ ଜିଲ୍ଲା ପ୍ରଭାରୀ ଅଶ୍ଵିନି କୁମାର ଜେନା, ଏବ୍ଂ ଶସାଙ୍କ ଶେଖର ରଥ ରାଜ୍ୟ କମିଟି ସଦସ୍ୟ ଯୋଗଦେଇ ଆଞ୍ଚଲିକ ସ୍ତରରେ ଧାନ ମଣ୍ଡି, ଶୀତଳ ଭଣ୍ଡାର, ହାତୀ ପ୍ରଭୁତି ସମସ୍ୟା ବିଷୟରେ ଆଲୋକପାତ କରିଥିଲେ। ଆଜିର ସଭାରେ ନିଷ୍ପତ୍ତି ହୋଇଛି, ପ୍ରତି ଗାଆଁ ରୁ ପଇସା, ଚାଉଳ ଆଦାୟ କରାଯିବ ସହିତ ପ୍ରତି ପଞ୍ଚାୟତରୁ ଚାଷୀ ମାନେ ଭୁବନେଶ୍ବର ଯିବା ସହିତ ଦିଲ୍ଲୀ ମଧ୍ୟ ଯିବା ପାଇଁ କରାଗଲା। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସହ ସଂଯୋଜକ ପ୍ରହଲ୍ଲାଦ ସାହୁ, ଗୋଲାକ ବିହାରୀ ମହାନ୍ତି, କୈଳାଶ ରାଉତ, ଗୌରାଙ୍ଗ ନାୟକ, ନକୁଲ ରାଉତ, ବିମ୍ବାଧର ମାଝୀ, ଜଗବନ୍ଧୁ ସାହୁ ଅଭୟ ନାୟକ, ଚନ୍ଦ୍ରଶେଖର ବରାଳ, ଭୋଲେସ୍ଵର୍ ମହାରଣା, ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ପୃଷ୍ଟି, ତ୍ରିନାଥ ପଣ୍ଡା, ପ୍ରଭୁତି ଯୋଗଦେଇ ଥିଲେ।




