
ବିଦାୟକାଳୀନ ସମ୍ବର୍ଦ୍ଧନା
(ଜେ ବି ଏନ /ବିନୋଦ କୁମାର) ୦୬/୦୧ /୨୦୨୧ ଢେଙ୍କାନାଳ : ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁ ର ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ସାହୁ ଗତ ସେପ୍ଟେମ୍ବର ମାସ ତିରିଶି ତାରିଖରେ ପଦ୍ବୋନତି ପାଇଁ ଲେଭଲ୍ ତିନି ପ୍ରଧାନ ଶିକ୍ଷକ ଭାବେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ଥିବାରୁ ସେ ମହାଶୟଙ୍କ ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ବାରିକଙ୍କ ସଭାପତିତ୍ବରେ ଜାନୁଆରୀ ମାସ ଛଅ ତାରିଖ ଅପରାହ୍ନ ରେ କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସି,ଆର୍ ,ସି ସି ବିଦ୍ୟାଧର ପରିଡ଼ା, ସମ୍ମାନିତ ଅତିଥି ଭାବେ ମୋସ୍କୁଲ ଅଭିଯାନ ସଭାପତି ଅରୁଣ କୁମାର ଖଟୁଆ, ପ୍ରାକ୍ତନ ସି ଆର୍ ସି ସି ଜୟଦେବ ଶତପଥୀ ଙ୍କ ସହିତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀ, ଶିକ୍ଷୟିତ୍ରୀ ଶାନ୍ତି ଲତା ଦାଶ, ନମିତା ପ୍ରଭା ସାହୁ ଓ ସଂଜ୍ଞା ସାଗରିକା ସ୍ବାଇଁ ବିଦା ୟୀ ପ୍ରଧାନ ଶିକ୍ଷକ ଆମ୍ଭମାନଙ୍କର ଆଦର୍ଶ ବୋଲି ମତ ରଖିଥିଲେ। ବିଦ୍ୟାଳୟ ତରଫରୁ ଶ୍ରୀ ସାହୁ ଙ୍କୁ ମାନପତ୍ର ଉପଢୌକନ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରାକ୍ତନ ସଭ୍ୟ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ସାହୁ ବିଦ୍ୟାଳୟ ର ମୋ ସ୍କୁଲ ଅଭିଯାନ କୁ ସଫଳ କରିବା ପାଇଁ ଓ ସମସ୍ତ ଶିକ୍ଷୟିତ୍ରୀ ମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।



