
ଅନୁଗୋଳ ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ
ସୁସ୍ଥ ହେଲେ ୨୩ ଜଣ ଆକ୍ରାନ୍ତ
(ଜେ. ବି. ଏନ୍ /ସୁଶିଲ କୁମାର) ୦୯/୦୧ /୨୦୨୧ ଅନୁଗୋଳ : – ଆଜି ଅନୁଗୋଳ ଜିଲ୍ଲାରେ ୧୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ । ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨୨୧ ରେ ପହଂଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୮ଜଣ ( ୬ଜଣ ପୁରୁଷ ଓ ୨ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୬ଜଣ ( ୩ଜଣ ପୁରୁଷ ଓ ୩ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୪ଜଣ ( ୩ଜଣ ପୁରୁଷ ଓ ୧ଜଣ ମହିଳା ) ଓ ତାଳଚେର ବ୍ଲକ୍ ଅଞ୍ଚଳ ରୁ ୧ଜଣ ( ୧ଜଣ ପୁରୁଷ ଅଛନ୍ତି । ଆଜି କଣିହାଁ ବ୍ଳକ୍ , ଅନୁଗୋଳ ବ୍ଳକ୍ , ପାଳଲହଡା ବ୍ଲକ , କିଶୋରନଗର ବ୍ଳକ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ଓ ଆଠମଲ୍ଲିକ ବ୍ଲକ୍ ପ୍ରଭୃତି ୭ଟି ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ବାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୨୩ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨୩ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



