ବାଲିକୁଦା ଠାରେ ଶ୍ରୀରାମ ଜନ୍ମଭୂମି ତ୍ରିର୍ଥକ୍ଷେତ୍ର ପ୍ରଖଣ୍ଡ ବୈଠକ

ଜେ ବି ଏନ, ୧୦/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ବାଲିକୁଦା ଶିଶୁ ମନ୍ଦିର ପରିସରରେ ଶ୍ରୀରାମ ଜନ୍ମଭୂମି ତ୍ରିର୍ଥକ୍ଷେତ୍ର ପ୍ରଖଣ୍ଡ ବୈଠକ ସନ୍ଥ ରାମ ପଙ୍କଜଦାସ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକ ରେ ବାଲିକୁଦା ବ୍ଲକ ର ତିରିଶି ଟି ପଞ୍ଚାୟତ ର ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ ! ଜାନୁଆରୀ ଚଉଦ ତାରିଖ ଠାରୁ ତିରିଶି ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଜନ୍ମ ଭୂମିରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ସଂକଳ୍ପ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ବାଲିକୁଦା ଅଂଚଳ ର ଦୁଇ ସହ ଗ୍ରାମ ଓ ପ୍ରତେକ ପରିବାର ସହ ସମ୍ପର୍କ କରିବା ପାଇଁ ଚର୍ଚ୍ଚା ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ପ୍ରଖଣ୍ଡ ସଂଯୋଜକ ରାମଚନ୍ଦ୍ର ସାହୁ, ସହ ସଂଯୋଜକ ରାମ ଚନ୍ଦ୍ର ପଣ୍ଡା, ଶିଶିର କାନୁନଗୋ, ସୁଦାମ ପରିଜା, ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ଚୌଧୁରୀ, ସମ୍ପାଦକ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତା ପାଇଁ ସଂକଳ୍ପ ନେଇଥିଲେ l




