
ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ଆକ୍ରାନ୍ତ
ସୁସ୍ଥ ହେଲେ ୨୪ ଜଣ ଆକ୍ରାନ୍ତ ।
(ଜେ. ବି. ଏନ୍ /ସୁଶିଲ କୁମାର) ୧୦/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ୧୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୩ ରେ ପହଂଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୭ଜଣ ( ୫ ଜଣ ପୁରୁଷ ଓ ୨ଜଣ ମହିଳା ) , ବଅଁରପାଳ ବ୍ଳକ ଅଞ୍ଚଳରୁ ୫ଜଣ ( ୨ଜଣ ପୁରୁଷ ଓ ୩ଜଣ ମହିଳା ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ ( ୧ ଜଣ ପୁରୁଷ ଓ ୧ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୨ଜଣ ( ୨ ଜଣ ମହିଳା ) ଓ ତାଳଚେର ବ୍ଲକ ଅଞ୍ଚଳରୁ ୧ଜଣ ( ୧ କଣ ମହିଳା ) ଅଛନ୍ତି । ଆଜି କଣିହାଁ ବ୍ଲକ , ପାଳଲହଡା ବ୍ଳକ , କିଶୋରନଗର ବ୍ଲକ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ଓ ଆଠମଲ୍ଲିକ ବ୍ଲକ୍ ପ୍ରଭୃତି ୬ଟି ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୨୪ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨୪ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



